ଭାରତୀୟ ମହିଳା ଲିଗ୍‌: ରାଇଜିଂ ଷ୍ଟୁଡେଣ୍ଟ୍‌ର ବିଜୟ ଅଭିଯାନ

କଟକ: ସିଲଙ୍ଗସ୍ଥିତ ଜବାହାରଲାଲ୍‌ ନେହେରୁ ଷ୍ଟାଡିୟମରେ ସୋମବାର ଠାରୁ ଆରମ୍ଭ ହୋଇଥିବା ଭାରତୀୟ ମହିଳା ଲିଗ୍‌ ଫୁଟବଲ୍‌ ପ୍ରତିଯୋଗିତାର ମୁଖ୍ୟ ପର୍ଯ୍ୟାୟରେ ଓଡ଼ିଶାର ରାଇଜିଂ ଷ୍ଟୁଡେଣ୍ଟ ଦଳ ଏକ ତରଫା ବିଜୟରୁ ଅଭିଯାନ ଆରମ୍ଭ କରିଛି। ସୋମବାର ପ୍ରଥମ ମ୍ୟାଚରେ ରାଇଜିଂ ଷ୍ଟୁଡେଣ୍ଟ ୨-୦ ଗୋଲରେ କେରଳର ଗୋକୁଳମ୍‌ ଏଫ୍‌ସିକୁ ହରାଇଛି। ସଂଘର୍ଷପୂର୍ଣ୍ଣ ମ୍ୟାଚର ପ୍ରଥମାର୍ଦ୍ଧରେ କୌଣସି ଗୋଲ ହୋଇନଥିଲାବେଳେ ଦ୍ୱିତୀୟାର୍ଦ୍ଧରେ ରାଇଜିଂ ଖାତା ଖୋଲିଥିଲା। ମ୍ୟାଚର ୭୩ତମ ମିନିଟ୍‌ରେ ଗୌବି ଦେବୀ ଏବଂ ୭୬ ମିନିଟ୍‌ରେ ଅଞ୍ଜୁ ତମଙ୍ଗ ଦୁଇଟି ଗୋଲ ଦେଇଥିଲେ। ହେଲେ ଗୋକୁଳମ୍‌ ପକ୍ଷରୁ ଆଉ କୌଣସି ଗୋଲ ନହେବାରୁ ରାଇଜିଂ ଷ୍ଟୁଡେଣ୍ଟ ସହଜରେ ମ୍ୟାଚ ଜିତିଯାଇଥିଲା। ଆସନ୍ତା ୨୮ ତାରିଖରେ ଇଷ୍ଟର୍ଣ୍ଣ ସ୍ପୋର୍ଟିଂ କ୍ଲବ୍‌ ସହିତ ରାଇଜିଂର ପରବର୍ତ୍ତୀ ମ୍ୟାଚ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର