ଇଂଲଣ୍ଡ ଲାୟନ୍‌ସ ବିପକ୍ଷରେ ଭାରତ-ଏ’ର ହ୍ୟାଟ୍ରିକ୍‌ ବିଜୟ

ତିରୁବନ୍ତପୁରମ୍‌,: କ୍ରମାଗତ ତୃତୀୟ ଦିନିକିଆ ମ୍ୟାଚ୍‌ରେ ଘରୋଇ ଭାରତ-ଏ ଦଳ ଭ୍ରମଣକାରୀ ଇଂଲଣ୍ଡ ଲାୟନ୍‌ସକୁ ପରାସ୍ତ କରି ହ୍ୟାଟ୍ରିକ ବିଜୟ ହାସଲ କରିଛି। ଫଳରେ ଏହି ୫ ଟିକିଆ ଶୃଙ୍ଖଳାର ୨ ମ୍ୟାଚ୍‌ ପୂର୍ବରୁ ୩-୦ ଆଗୁଆ ସହ ଶୃଙ୍ଖଳା କବ୍‌ଜା କରିନେଇଛି। ବୁଧବାର ଓ ଶୁକ୍ରବାର ଖେଳାଯାଇଥିବା ଇଂଲଣ୍ଡ ବିପକ୍ଷ ପ୍ରଥମ ଦୁଇ ମ୍ୟାଚ୍‌କୁ ଯାଥାକ୍ରମେ ୩ ୱିକେଟ୍‌ ଏବଂ ୧୩୮ ରନ୍‌ରେ ଜିତିଥିବା ଆଜିଙ୍କ୍ୟ ରାହାଣେଙ୍କ ଭାରତ-ଏ ଦଳ ରବିବାର ୬୦ ରନ୍‌ରେ ତୃତୀୟ ଦିନିକିଆକୁ ଜିତି ନେଇଛି। ଏହି ମ୍ୟାଚ୍‌‌ରେ ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଘରୋଇ ଭାରତ ୪୭.୧ ଓଭରରେ ସମସ୍ତ ୱିକେଟ୍‌ ହରାଇ ୧୭୨ ରନ୍‌ କରିଥିଲା। ଦୀପକ ଚହର ୩୯, ଈଶାନ କିଷନ ୩୦ ରନ୍‌ କରିଥିଲେ। ଜାମି ଓଭରଟନ୍‌ ୩ ୱିକେଟ୍‌ ନେଇଥିଲେ। ଜବାବରେ ଇଂଲଣ୍ଡ ୩୦.୫ ଓଭରରେ ୧୧୨ ରନ୍‌ କରିବାକୁ ସକ୍ଷମ ହୋଇଥିଲା। ବେନ୍‌ ଡକେଟ ୩୯ ରନ୍‌ କରିଥିଲେ। ଭାରତ ପକ୍ଷରୁ କୃନାଲ ପାଣ୍ଡ୍ୟା ୪, ନବଦୀପ ସାଇନି ଓ ଅକ୍ଷର ପଟେଲ୍‌ ୨ ଲେଖାଏଁ ୱିକେଟ୍‌ ନେଇଥିଲେ। କୃନାଲ ମ୍ୟାଚ୍‌ର ‌ଶ୍ରେଷ୍ଠ‌ ଖେଳାଳି ବିବେଚିତ ହୋଇଥିଲେ।

ସମ୍ବନ୍ଧିତ ଖବର