ବାଦ ପଡ଼ିଲେ ରବି-ରବୀନ୍ଦ୍ର, ଧମାଲ ଦେଖାଇବେ ଧାଓ୍ଵନ

ନ୍ୟୁଜିଲାଣ୍ଡ ବିପକ୍ଷରେ ଚୟନକାରୀ କମିଟି ଦ୍ୱାରା ଭାରତୀୟ ଖେଳାଳିଙ୍କ ନାମ ଘୋଷିତ

ନୂଆଦିଲ୍ଲୀ: ଓ୍ଵିକେଟ ରକ୍ଷକ ଦିନେଶ କାର୍ତ୍ତିକ ଓ ସାର୍ଦ୍ଦୁଲ ଠାକୁରଙ୍କୁ ଭାରତୀୟ ଟିମ୍‌ରେ ସାମିଲ କରାଯାଇଛି। ଆଗାମୀ ଅକ୍ଟୋବର ୨୨ରୁ ଆରମ୍ଭ ହେବାକୁ ଥିବା ନ୍ୟୁଜିଲାଣ୍ଡ ବିପକ୍ଷରେ ୩ଟି ଦିନିକିଆ ବିଶିଷ୍ଟ ଶୃଙ୍ଖଳା ପାଇଁ ଭାରତୀୟ ଚୟନକାରୀ କମିଟି ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କୁ ପୁଣି ଥରେ ଅବହେଳା କରିଛନ୍ତି। ଏଥି ସହିତ ଚୟନକାରୀ କମିଟି ଶନିବାର ଭାରତୀୟ ଟିମ୍‌ ଘୋଷଣା କରିଛନ୍ତି।

ଶ୍ରୀଲଙ୍କା ବିପକ୍ଷରେ ଖେଳି ଥିବା ସାର୍ଦ୍ଦୁଲ ଠାକୁରଙ୍କୁ ମଧ୍ୟ ଅଷ୍ଟ୍ରେଲିଆ ସହିତ ମ୍ୟାଚ ଖେଳିବାକୁ ସୁଯୋଗ ମିଳି ନ ଥିଲା। ସେ ଉମେଶ ଯାଦବଙ୍କ ସ୍ଥାନରେ ଭାରତ ପାଇଁ ଖେଳିବେ। ଲୋକେଶ ରାହୁଲ, ରବୀନ୍ଦ୍ର ଜାଦେଜା ଓ ରବିଚନ୍ଦ୍ରନ ଅଶ୍ୱିନଙ୍କ ଅନୁପସ୍ଥିତିରେ କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ ଓ ଅକ୍ଷର ପଟେଲ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବେ।

ଅଷ୍ଟ୍ରେଲିଆ ସହିତ ନିକଟରେ ଶେଷ ହୋଇଥିବା ଶୃଙ୍ଖଳାରୁ ବଞ୍ଚିତ ହେବା ପରେ ଓପନର ଶିଖର ଧାଓ୍ଵନ ପୁଣି ଥରେ ଦିନିକିଆକୁ ଫେରିଛନ୍ତି। ପତ୍ନୀଙ୍କ ସ୍ୱାସ୍ଥ୍ୟ ଗତ ସମସ୍ୟା ଯୋଗୁଁ ଧାଓ୍ଵନ ଅଷ୍ଟ୍ରେଲିଆ ବିପକ୍ଷରେ ଖେଳି ପାରି ନ ଥିଲେ। କିନ୍ତୁ ଅଷ୍ଟ୍ରେଲିଆ ବିପକ୍ଷରେ ଟି-୨୦ ଖେଳିଥିଲେ। େଓ୍ଵଷ୍ଟଣ୍ଡିଜ ସହିତ ଶେଷ ଥର ପାଇଁ ଖେଳିଥିବା କାର୍ତ୍ତିକକୁ ନ୍ୟୁଜିଲାଣ୍ଡ ବିପକ୍ଷରେ ଖେଳିବାକୁ ସୁଯୋଗ ମିଳିଛି। ସେ ଚମ୍ପିଅନ୍ସ ଟ୍ରଫି ପାଇଁ ଭାରତୀୟ ଦଳରେ ସାମିଲ ଥିଲେ। ୩୨ ବର୍ଷୀୟଙ୍କୁ ଅଷ୍ଟ୍ରେଲିଆ ବିପକ୍ଷରେ ଦଳରେ ସାମିଲ କରାଯାଇଥିଲେ ମଧ୍ୟ ମ୍ୟାଚ ଖେଳିବାକୁ ସୁଯୋଗ ମିଳି ନ ଥିଲା।

ଭାରତ-ନ୍ୟୁଜିଲାଣ୍ଡ ଦିନିକିଆ ଶୃଙ୍ଖଳା
-ପ୍ରଥମ ଦିନିକିଆ(ମୁମ୍ବାଇ): ଅକ୍ଟୋବର ୨୨
-ଦ୍ୱିତୀୟ ଦିନିକିଆ(ପୁନେ): ଅକ୍ଟୋବର ୨୫
-ତୃତୀୟ ଦିନିକିଆ(କାନପୁର): ଅକ୍ଟୋବର ୨୯

ଭାରତୀୟ ଟିମ୍‌: ବିରାଟ କୋହଲି(ଅଧିନାୟକ), ରୋହିତ ଶର୍ମା(ଉପ-ଅଧିନାୟକ), ଶିଖର ଧାଓ୍ଵନ, ଆଜିଙ୍କ୍ୟ ରାହାଣେ, ମନୀଷ ପାଣ୍ଡେ, କେଦାର ଯାଧବ, ଦିନେଶ କାର୍ତ୍ତିକ, ମହେନ୍ଦ୍ର ସିଂହ ଧୋନି(ଓ୍ଵିକେଟ କିପର), ହାର୍ଦ୍ଦିକ ପାଣ୍ଡ୍ୟା, ଅକ୍ଷର ପଟେଲ, କୁଳଦୀପ ଯାଦବ, ୟୁଜବେନ୍ଦ୍ର ଚହଲ, ଯଶପ୍ରିତ ବୁମରା, ଭୁବନେଶ୍ୱର କୁମାର ଓ ସାର୍ଦ୍ଦୁଲ ଠାକୁର।

ସମ୍ବନ୍ଧିତ ଖବର