ଦ୍ୱିତୀୟ ଟି-୨୦: ଟସ୍‌ ଜିଣି ଅଷ୍ଟ୍ରେଲିଆର ବୋଲିଂ ନିଷ୍ପତ୍ତି, ଭାରତ କରୁଛି ବ୍ୟାଟିଂ

ବେଙ୍ଗାଲୁରୁ: ଭାରତ ଓ ଅଷ୍ଟ୍ରେଲିଆ ଟିମ୍‌ ଶୃଙ୍ଖଳାର ଶେଷ ଟି-୨୦ ପାଇଁ ବୁଧବାର ବେଙ୍ଗାଲୁରୁସ୍ଥିତ ଚିନ୍ନାସ୍ୱାମୀ ଷ୍ଟାଡିୟମରେ ମୁହାଁମୁହିଁ ହୋଇଛନ୍ତି। ଦୁଇଟି ମ୍ୟାଚ ବିଶିଷ୍ଟ ଶୃଙ୍ଖଳାରେ ଅଷ୍ଟ୍ରେଲିଆ ୧-୦ରେ ଅଗ୍ରଣୀ ଥିବା ବେଳେ, ପରାଜୟରୁ ବଂଚିତ ହେବା ପାଇଁ ଭାରତୀୟ ଟିମ ରଣନୀତି ପ୍ରସ୍ତୁତ କରିଛି। ଟସ୍‌ ଜିଣି ଅଷ୍ଟ୍ରେଲିଆ ବୋଲିଂ ନିଷ୍ପତ୍ତି ନେଇଛି। ଫଳରେ ଭାରତ ବ୍ୟାଟିଂ କରୁଛି।

ବିଶାଖାପାଟଣା ଟି-୨୦ରେ ଅଷ୍ଟ୍ରେଲିଆ ସଂଘର୍ଷ କରି ସଫଳ ହୋଇଥିଲା। ଶେଷ ଓଭରରେ ୪ ଓ୍ଵିକେଟ ବିନିମୟରେ ୧୪ ରନ୍‌ ଦରକାର ଥିବା ବେଳେ କଙ୍ଗାରୁ ଦଳର ଖେଳାଳିମାନେ ସଂଘର୍ଷ କରି ସଫଳ ହୋଇଥିଲେ। ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ ହରାଇ ୧୨୭ ରନ କରଥିଲା। ପୂର୍ବରୁ ଭାରତ ନିର୍ଦ୍ଧାରିତ ୨୦ ଓଭରରେ ୭ ଓ୍ଵିକେଟ୍‌ ହରାଇ ଭାରତ ୧୨୬ ରନ୍‌ କରିଥିଲା। ମହେନ୍ଦ୍ର ସିଂହ ଧୋନି ଅପରାଜିତ ୨୯ ରନ କରିଥିଲେ। ସ୍କୋର ୧୪ ରନ୍‌ରେ ପ୍ରଥମ ଓ୍ଵିକେଟ ଭାବରେ ଭାରତ ରୋହିତ ଶର୍ମା (୫ ରନ୍‌)ଙ୍କୁ ହରାଇଥିଲା। ଆଦାମ୍‌ ଜାମ୍ପାଙ୍କ ବଲ ଜସନ ବେହେରନଡ୍ରଫଙ୍କୁ କ୍ୟାଚ୍‌ ଦେଇଥିଲେ ରୋହିତ। ସ୍କୋର ୮୦ ରନରେ ଋଷଭ ପନ୍ତ, ୯୨ ରନ୍‌ରେ ଲୋକେଶ ରାହୁଲ, ୯୪ ରନରେ ଦିନେଶ କାର୍ତ୍ତିକ, ୧୦୦ ରନ୍‌ରେ କ୍ରୁନାଲ ପାଣ୍ଡ୍ୟା, ୧୦୯ ରନ୍‌ରେ ଉମେଶ ଯାଦବ ପାଭଲିଅନ୍‌ ଫେରିଥିଲେ।

ଭାରତରେ କେବେବି ଅଷ୍ଟ୍ରେଲିଆ ଟି-୨୦ ଶୃଙ୍ଖଳା ଜିତି ନାହିଁ। ଯଦି ୨ୟ ଟି-୨୦ ଜିତିଯାଏ, ଇତିହାସରେ ଅଷ୍ଟ୍ରେଲିଆକୁ ସ୍ଥାନ ମିଳିବ। ଅନ୍ୟପକ୍ଷରେ କେବଳ ଅଷ୍ଟ୍ରେଲିଆ ନୁହେଁ, ବରଂ ଭାରତ ପାଖରେ ମଧ୍ୟ ଇତିହାସ ପୃଷ୍ଠାରେ ସ୍ଥାନ ପାଇବାର ସୁଯୋଗ ଆସିଛି। ଭାରତ ଏଯାଏଁ ୧୧ ଟି-୨୦ ମ୍ୟାଚରେ ଅଷ୍ଟ୍ରେଲିଆକୁ ହରାଇଛି। ଯଦି ୨ୟ ଟି-୨୦ରେ ଜିତିଯିବ, ତା’ହେଲେ ପାକିସ୍ତାନ ସହିତ ସମକକ୍ଷ ହୋଇପାରିବ। ପାକିସ୍ତାନ ଓ ଅଷ୍ଟ୍ରେଲିଆ ମଧ୍ୟରେ ୨୦ଟି ମ୍ୟାଚ ଖେଳାଯାଇଛି। ଏଥିରୁ ୧୨ଟି ମ୍ୟାଚ୍‌ରେ ବିଜୟୀ ହୋଇଛି। ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ୧୯ଟି ମ୍ୟାଚ ଖେଳାଯାଇଛି।

ଭାରତ: ‌ବିରାଟ କୋହଲି (ଅଧିନାୟକ), ‌ଲୋକେଶ ରାହୁଲ, ଶିଖର ଧାୱନ, ଋଷବ ପନ୍ତ/ବିଜୟ ଶଙ୍କର, ମହେନ୍ଦ୍ର ସିଂହ ଧୋନି, ଦୀନେଶ କାର୍ତିକ, କ୍ରୁନାଲ ପାଣ୍ଡ୍ୟା, ସିଦ୍ଧାର୍ଥ କୌଲ, ୟୁଜବେନ୍ଦ୍ର ଚହଲ, ଯଶ୍‌ପ୍ରୀତ ବୁମରା।
ଅଷ୍ଟ୍ରେଲିଆ: ଆରୋନ ଫିଞ୍ଚ (ଅଧିନାୟକ), ମାର୍କସ ଷ୍ଟୋଇନିସ୍, ଡାର୍କି ସଟ୍, ଗ୍ଲେନ୍ ମ୍ୟାକ୍ସୱେଲ୍, ପିଟର ହ୍ୟାଣ୍ଡ୍ସକମ୍ବ, ଆଷ୍ଟନ ଟର୍ନର, ନାଥନ କୁଲଟର ନାଇଲ୍, ପ୍ୟାଟ୍ କମିନ୍ସ, ଝେ ରିଚାର୍ଡସନ୍, ଜାସନ ବେହେରନଡ୍ରଫ୍, ଆଦାମ ଜାମ୍ପା।

ସମ୍ବନ୍ଧିତ ଖବର