ଇନ୍ଦୋର ଟେଷ୍ଟରେ ଭାରତର ଚମତ୍କାର ବିଜୟ, ବାଂଲାଦେଶକୁ ଇନିଂସ ଓ ୧୩୦ ରନରେ ହରାଇଲା

ଇନ୍ଦୋର : ଇନ୍ଦୋରର ହୋଲକର କ୍ରିକେଟ ଷ୍ଟାଡିୟମରେ ଚାଲିଥିବା ଭାରତ-ବାଂଲାଦେଶ ପ୍ରଥମ ଟେଷ୍ଟମ୍ୟାଚରେ ଭାରତ ବାଂଲାଦେଶକୁ ଇନିଂସ ଓ ୧୩୦ ରନରେ ପରାସ୍ତ କରିଛି । ବାଂଲାଦେଶ ନିଜର ୨ୟ ଇନିଂସରେ ୨୧୩ ରନ କରି ଅଲଆଉଟ ହୋଇଯାଇଥିଲା । ମୁସ୍ତାଫିଜୁର ରହିମଙ୍କ ବ୍ୟତୀତ ଅନ୍ୟ ସମସ୍ତ ବ୍ୟାଟ୍ସମ୍ୟାନ ଭାରତୀୟ ବୋଲରଙ୍କ ଆଗରେ ତିଷ୍ଠି ପାରିନଥିଲେ । ରହିମ ୬୪ ରନ କରି ଅଶ୍ୱିନଙ୍କ ବଲରେ ଆଉଟ ହୋଇଥିଲେ । ଭାରତ ପକ୍ଷରୁ ମହମ୍ମଦ ସାମୀ ୪ଟି, ଉମେଶ ଯାଦବ ୨ଟି, ଇଶାନ୍ତ ଶର୍ମା ୧ଟି ଓ ଆର.ଅଶ୍ୱିନ ୩ଟି ଓ୍ଵିକେଟ ନେଇଥିଲେ ।

ବାଂଲାଦେଶ ନିଜର ପ୍ରଥମ ଇନିଂସରେ ୧୫୦ ରନ ସଂଗ୍ରହ କରିଥିଲା । ଏହାର ଜବାବରେ ଭାରତ ନିଜର ପ୍ରଥମ ଇନିଂସରେ ୬ ଓ୍ଵିକେଟ ହରାଇ ୪୯୩ ରନ ସଂଗ୍ରହ କରିଥିଲା । ଭାରତୀୟ ଇନିଂସର ଏକ ମୁଖ୍ୟ ଆକର୍ଷଣ ଥିଲା ମୟଙ୍କ ଅଗ୍ରଓ୍ଵାଲଙ୍କ ଆକର୍ଷଣୀୟ ଦ୍ୱିଶତକ । ସେ ୩୩୦ ରନ ଖେଳି ୨୪୩ ରନ ସଂଗ୍ରହ କରିଥିଲେ ।

ସମ୍ବନ୍ଧିତ ଖବର