ନୂଆଦିଲ୍ଲୀ: ରବିବାର ଦିନ ‘ଏଫ୍ଆଇଡିଇ’ ଚେସ୍ ଅଲିମ୍ପିଆଡ୍ରେ ଭାରତ ଓ ରୁଷ୍ ମିଳିତ ବିଜେତା ଘୋଷିତ ହୋଇଛନ୍ତି। ପ୍ରଥମଥର ଲାଗି ଏହି ଅଲିମ୍ପିଆଡ୍ ଅନ୍ଲାଇନ୍ରେ ଅନୁଷ୍ଠିତ ହୋଇଥିଲା।
ମୂଳତଃ ଏହି ଖେଳରେ ରୁଷ୍ ବିଜୟୀ ଘୋଷିତ ହୋଇଥିଲା। ଏହାର କାରଣ ହେଲା ଦ୍ବିତୀୟ ପର୍ଯ୍ୟାୟ ଖେଳରେ ଭାରତର ନିହାଲ୍ ସରିନ୍ ଓ ଦିବ୍ୟା ଦେଶମୁଖ ଖେଳରୁ ସମ୍ପର୍କ (କନେକ୍ସନ୍) ବିଚ୍ଛିନ୍ନ ହୋଇଯାଇଥିଲେ। ଫଳରେ ଖେଳ ଫର୍ଫିଟ୍ ହୋଇଯାଇଥିଲା। କିନ୍ତୁ, ଏଥିରେ ଭାରତ ଅପିଲ୍ କରିବାରୁ ଘଟଣାର ତଦନ୍ତ ହୋଇଥିଲା ଏବଂ ଉଭୟ ଭାରତ ଓ ରୁଷ୍କୁ ମିଳିତ ବିଜେତା ଘୋଷଣା କରାଯାଇଥିଲା।
ଏହାପରେ ଭାରତ ତଦନ୍ତ ନିମନ୍ତେ ଆବେଦନ କରିଥିଲା। ‘ଏଫ୍ଆଇଡିଇ’ ଅଧ୍ୟକ୍ଷ ଏ. ଡିବୋକୋଭିଚ୍ ରୁଷ୍ର ପ୍ରତିନିଧିତ୍ବ କରୁଥିବାରୁ ଆବେଦନର ଶୁଣାଣି କରି ନ ଥିଲେ। ତେଣୁ ଯୁକ୍ତରାଷ୍ଟ୍ର ଆମେରିକାର ଆଇଓ ଏମ୍. ଖୋଦାର୍କୋଭସ୍କି ଓ ସର୍ବିଆର ଆଇଏ ସାୱା ସ୍ତୋଇସାଭାଲ୍ଜେଭିକ୍ ରାୟ ଶୁଣାଇ ଭାରତ ଓ ରୁଷ୍କୁ ମିଳିତ ବିଜେତା ଘୋଷଣା କରିଥିଲେ।

ପ୍ରଥମ ରାଉଣ୍ଡ୍ ସମସ୍ତ ୬ଟି ଖେଳରେ ଖେଳରେ ଭାରତ ଓ ରୁଷ୍ ୩-୩ ଅମିମାଂଶୀତ ହିସାବରେ ୬ଟି ଅମିମାଂଶୀତ ଖେଳ ଖେଳିଥିଲେ। ୧୨ଜଣ ଖେଳାଳିଙ୍କର ହାରାହାରି ରେଟିଙ୍ଗ୍ ୨୫୧୯ ହିସାବରେ ରୁଷ୍ ଭାରତ ବିପକ୍ଷରେ ଉତ୍ତମ ପ୍ରଦର୍ଶନ ଆରମ୍ଭ କରିଥିଲା। ସେତେବେଳେ ଭାରତର ରେଟିଙ୍ଗ୍ ଥିଲା ୨୪୧୯। କିନ୍ତୁ, ଦ୍ବିତୀୟ ରାଉଣ୍ଡ୍ ଖେଳ ସମୟରେ ଭାରତର ନିହାଲ୍ ସରିନ୍ ଓ ଦିବ୍ୟା ଦେଶମୁଖଙ୍କ ସଂଯୋଗ ବିଚ୍ଛିନ୍ନ ହୋଇଯାଇଥିଲା।
ଭାରତ ‘ଏଫ୍ଆଇଡିଇ’ ଚେସ୍ ଅଲିମ୍ପିଆଡ୍ରେ ପହଞ୍ଚିବାରେ ଏହା ହେଉଛି ପ୍ରଥମ ଘଟଣା। ୨୦୧୪ରେ ଭାରତୀୟ ଖେଳାଳି ଚେସ୍ ଅଲିମ୍ପିଆଡ୍ରେ ବ୍ରୋଞ୍ଜ୍ ପଦକ ହାସଲ କରିଥିଲେ।