ଭାରତ-ଶ୍ରୀଲଙ୍କା ପ୍ରଥମ ଟେଷ୍ଟ: ଧଓ୍ଵନଙ୍କ ପରେ କୋହଲି ଆଉଟ, ଭାରତ ୩/୧୭

କୋଲକାତା: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି କୌଣସି ରନ୍‌ ସଂଗ୍ରହ ନକରି ପାଭଲିୟନକୁ ଫେରିଛନ୍ତି। ୧୧ଟି ବଲ ଖେଲି ସୁରଙ୍ଗା ଲକମଲଙ୍କ ଦ୍ୱାରା ଏଲବିଡବ୍ଲୁ ହୋଇଛନ୍ତି। ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ୩ ଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ଶୃଙ୍ଖଳାର ପ୍ରଥମ ମୁକାବିଲା ଗୁରୁବାର କୋଲକାତାର ଇଡେନ ଗାଡେନ୍ସରେ ଆରମ୍ଭ ହୋଇଛି। ବର୍ଷା ବାଧିତ ଶୃଙ୍ଖଳାର ପ୍ରଥମ ମ୍ୟାଚ ବିଳମ୍ବରେ ଆରମ୍ଭ ହୋଇଛି। ଭାରତ ୧୧.୩ ଓଭରରେ ୩ଓ୍ଵିକେଟ ହରାଇ ୧୭ ରନ୍‌ ସଂଗ୍ରହ କରିଛି।

ଆଜିଙ୍କ୍ୟ ରାହାଣେ (୦) ଓ ଚେତେଶ୍ୱର ପୂଜାରା(୮) ରନ୍‌ ସଂଗ୍ରହ କରିବା ପରେ ବର୍ଷା ଯୋଗୁଁ ମ୍ୟାଚ ଅଟକିଛି। ଟିମ୍‌ ଇଣ୍ଡିଆର ପ୍ରଥମ ଓ୍ଵିକେଟ ପ୍ରଥମ ବଲରେ ହିଁ ଯାଇଥିଲା। ସୁରଙ୍ଗା ଲକମଲଙ୍କ ବଲ ବାହାରେ ଯାଉଥିବା ବଲକୁ ଲୋକେଶ ରାହୁଲ ଖେଳି ଓ୍ଵିକେଟକିପର ଡିକଭେଲାଙ୍କୁ କ୍ୟାଚ ଦେଇଥିଲେ। ନିୟମିତ ଭାବରେ ୫୦ରୁ ଅଧିକ ରନ ସଂଗ୍ରହ କରିଥିବା ରେକର୍ଡ ମଧ୍ୟ ହରାଇଛନ୍ତି।

ରାହୁଲଙ୍କ ପରେ ଶିଖର ଧାଓ୍ଵନଙ୍କୁ ଲକମଳ ବୋଲ୍ଡ କରିଥିଲେ। ବାହାରକୁ ଯାଉଥିବା ବଲ କଭର ଡ୍ରାଇଭ କରି ବଲକୁ ଷ୍ଟମ୍ପ ଆଡ଼କୁ ଦେଇଥିଲେ। ଧଓ୍ଵନ ୮ରନ୍‌ ସଂଗ୍ରହ କରି ପାଭଲିୟନକୁ ଫେରିଥିଲେ। ପୂର୍ବରୁ ଶ୍ରୀଲଙ୍କା ଅଧିନାୟକ ଦିନେଶ ଚାଣ୍ଡିମଲ ଟସ୍‌ ଜିଣି ଭାରତକୁ ବ୍ୟାଟିଂ କରିବାକୁ ଆମନ୍ତ୍ରଣ କରିଥିଲେ।

ସମ୍ବନ୍ଧିତ ଖବର