ଟି୨୦ ସିରିଜ୍‌ ପୂର୍ବରୁ ଧୋନୀଙ୍କ ସହ ସମୟ ବିତାଇଲେ ପନ୍ଥ, ଫଟୋ ଭାଇରାଲ୍‌

ନୂଆଦିଲ୍ଲୀ: ବାଂଲାଦେଶ ବିପକ୍ଷରେ ଟି-୨୦ ସିରିଜ୍‌ ପୂର୍ବରୁ ଯୁବ ଓ୍ଵିକେଟ୍‌-କିପର୍‌-ବ୍ୟାଟ୍‌ସମ୍ୟାନ୍‌ ରିଷଭ ପନ୍ଥଙ୍କର ଭାରତୀୟ କ୍ରିକେଟ୍‌ ଟିମ୍‌ର ପୂର୍ବ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀଙ୍କ ସହ ଏକ ଫଟୋ ଦେଖିବାକୁ ମିଳିଛି। ବାଂଲାଦେଶ ବିପକ୍ଷରେ ଭାରତ ୩ଟି ଟି-୨୦ ସହ ଦୁଇଟି ଟେଷ୍ଟ୍‍ ଖେଳିବ ବୋଲି ପୂର୍ବରୁ ସ୍ଥିର ହୋଇଛି। ନଭେମ୍ବର ୩ରୁ ଏହି ସିରିଜ  ଆରମ୍ଭ ହେବ।

ଟି-୦୨୦ ଆଉ ଟେଷ୍ଟ୍‍ ମ୍ୟାଚ୍‌ରେ ଖେଳିବାକୁ ଥିବା ପନ୍ଥ ଧୋନୀଙ୍କ ସହ ସୋସିଆଲ୍‌ ମିଡିଆରେ ଏକ ଫଟୋ ଦେଇ ଲେଖିଛନ୍ତି, ‘କେବଳ ଏକ ଭଲ ଅନୁଭବ’। ଜାଣିରଖନ୍ତୁ ଯେ ଧୋନୀ ଏହି ସରିଜରେ ଟି-୨୦ କିମ୍ବା ଟେଷ୍ଟ୍‍ ମ୍ୟାଚ୍‌ ଖେଳିବେ ନାହିଁ।

 

 

View this post on Instagram

 

Good Vibes Only 😎🤘🏻 🐕 @mahi7781

A post shared by Rishabh Pant (@rishabpant) on

ଚୟନ କମିଟିର ଅଧ୍ୟକ୍ଷ ଏମ୍‌କେଏସ୍‌ ପ୍ରସାଦ ଗୁରୁବାର ପ୍ରକାଶ କରିଛନ୍ତି ଯେ ‘ଆଗକୁ ବଢ଼ି ଚାଲ’। ଅର୍ଥାତ ଧୋନୀଙ୍କ ଛାଡ଼ି ଆଗକୁ ବଢ଼ିବାକୁ ହେବ। ଏଥିସହ ଧୋନୀ ମଧ୍ୟ ନୂଆ ଖେଳାଳିଙ୍କୁ ସୁଯୋଗ ଦେବାକୁ ଚୟନକର୍ତ୍ତାଙ୍କୁ ପରାମର୍ଶ ଦେଇଥିବା ସୂଚନା ରହିଛି।

ବିଶ୍ୱକପ୍‌ ପରେ ପରେ କେବଳ ପନ୍ଥଙ୍କ ଉପରେ ଭରସା ରହିଛି ବୋଲି ଚୟନ କମିଟିର ଅଧ୍ୟକ୍ଷ କହିଛନ୍ତି। ଧୋନୀଙ୍କ ଅନ୍ତର୍ଜାତୀୟ କ୍ୟାରିୟର୍‌କୁ ନେଇ ପ୍ରଶ୍ନ କରାଯିବା ପରେ ସେ କହନ୍ତି କି ମୁଁ ସ୍ପଷ୍ଟ ଭାବେ କହୁଛି ଯେ ବିଶ୍ୱ କପ୍‌ ପରେ ଆମେ ଆଗକୁ ବଢ଼ିସାରିଛୁ। ନୂଆ ଖେଳାଳିଙ୍କ ଉପରେ ଆମେ ଏବେ ବେଶି ଗୁରୁତ୍ୱ ଦେଉଛୁ।

ସମ୍ବନ୍ଧିତ ଖବର