ଏସିଆନ୍‌ ୟୁଥ୍‌ ଅଲମ୍ପିକ୍ସ କ୍ୱାଲିଫାୟର: କମ୍ବୋଡିଆକୁ ଭେଟିବ ୧୮ ବର୍ଷରୁ କମ୍‌ ଭାରତୀୟ ପୁରୁଷ ହକି ଟିମ୍‌ 

ମହିଳା ବର୍ଗରେ ଭାରତୀୟ ଟିମ୍‌ର ସିଙ୍ଗାପୁର ସହିତ ମୁକାବିଲା

 

ନୂଆଦିଲ୍ଲୀ: ଏସିଆନ୍‌ ୟୁଥ ଅଲମ୍ପିକ୍ସ କ୍ୱାଲିଫାୟର ଗେମ୍ସରେ ଭାରତୀୟ ୧୮ ବର୍ଷରୁ କମ୍‌ ପୁରୁଷ ଟିମ୍‌ ଉଦ୍‌ଘାଟନୀ ମ୍ୟାଚ୍‌ରେ କମ୍ବୋଡିଆକୁ ଭେଟିବ। ସେହିପରି ମହିଳା ବର୍ଗରେ ଭାରତୀୟ ଟିମ୍‌ ସିଙ୍ଗାପୁର ସହିତ ପ୍ରଥମ ମ୍ୟାଚ୍‌ ଖେଳିବ। ‘ପୁଲ୍‌-ଏ’ରେ ଭାରତ ସହିତ କୋରିଆ, ଜାପାନ, ହଙ୍ଗ୍‌କଙ୍ଗ୍‌, ଚୀନ୍‌ ଓ କମ୍ବୋଡିଆକୁ ରଖାଯାଇଛି। ଭାରତୀୟ ମହିଳା ଟିମ୍‌ ସହିତ କୋରିଆ ଓ ଥାଇଲାଣ୍ଡକୁ ‘ପୁଲ-ବି’ରେ ଅଛନ୍ତି। ପୁରୁଷ ଓ ମହିଳା ଏସିଆନ୍‌ ୟୁଥ୍‌ ଅଲମ୍ପିକ୍ସ କ୍ୱାଲିଫାୟର ବ୍ୟାଙ୍ଗ୍‌କକ୍‌ ଓ ଥାଇଲାଣ୍ଡରେ ୨୦୧୮ ଏପ୍ରିଲ୍‌ ୨୫ରେ ଆରମ୍ଭ ହେବ। ୫ ଦିବିସୀୟ ପ୍ରତିଯୋଗିତାରେ ୧୫ରୁ ୧୮ ବର୍ଷ ବୟସରେ ଖେଳାଳି ଭାଗ ନେବେ।

ଏସିଆନ୍‌ ହକି ଫେଡେରେସନ୍‌ ପକ୍ଷରୁ ମାର୍ଚ୍ଚ ୧୪ରେ ହୋଇଥିବା ଘୋଷଣା ଅନୁସାରେ ୧୮ ବର୍ଷରୁ କମ୍‌ ଭାରତୀୟ ପୁରୁଷ ହକି ଟିମ୍‌ ତା’ର ପ୍ରଥମ ମ୍ୟାଚ୍‌ କମ୍ବୋଡିଆ ସହିତ ଖେଳିବ। ସେହିଭଳି ମହିଳା ଟିମ୍‌ ସିଙ୍ଗାପୁର ସହିତ ମ୍ୟାଚ୍‌ ଖେଳି ଅଭିଯାନ ଆରମ୍ଭ କରିବ।

କ୍ୱାଲିଫାୟରରେ ଭାରତୀୟ ହକି ଟିମ୍‌ (ପୁରୁଷ ଓ ମହିଳା) ବିଷୟରେ ହକି ଇଣ୍ଡିଆର ପରଫରମାନ୍ସ ଡାଇରେକ୍ଟର ଡାଭିଡ ଜନ୍‌ କହିଛନ୍ତି, ୟୁଥ ଅଲମ୍ପିକ୍ସ ଗେମ୍ସରେ ଭାରତୀୟ ଟିମ୍‌ ବିଜୟୀ ହେବ। ଆମ ପାଖରେ ୨୧ ଖେଳାଳି ଅଛନ୍ତି। ୨୦୧୮ ମାର୍ଚ୍ଚ ୨୩ ଚୟନ ଶିବିରରୁ ୧୨ ଜଣ ଖେଳାଳିଙ୍କର ଚୟନ ହେବ।    ସୂଚନାଯୋଗ୍ୟ ୟୁଥ ଅଲମ୍ପିକ୍ସ ଗେମ୍ସରେ ହକିକୁ ୨୦୧୦ ସଂସ୍କରଣରେ ଉପସ୍ଥାପନା କରାଯାଇଥିଲା।

 

ସମ୍ବନ୍ଧିତ ଖବର