ଭାରତୀୟ ମହିଳା ଫୁଟ୍‌ବଲ୍‌ ଦଳକୁ ସ୍ବତନ୍ତ୍ର ପୁରସ୍କାର

ନୂଆଦିଲ୍ଲୀ: ସ୍ପେନ୍‌ରେ ଆୟୋଜିତ କୋଟିଫ୍‌ କପ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଭାରତୀୟ ମହିଳା ଦଳକୁ ମିଳିଛି ସ୍ବତନ୍ତ୍ର ପୁରସ୍କାର। ଏହି ପ୍ରତିଯୋଗିତାରେ ଭାରତ ୪ ମ୍ୟାଚ୍‌ ଖେଳିଥିଲା। ତାହା ମଧ୍ୟରୁ ଦୁଇଟି ମ୍ୟାଚ୍‌ ମୌରିତାନିଆ (୩-୧) ଓ ବଲଭିଆ (୭-୦) ବିପକ୍ଷରେ ଜିତିଥିଲା ବେଳେ ଅନ୍ୟ ଦୁଇ ମ୍ୟାଚ୍‌ ଭିଲାରିଅଲ୍‌ ଓ ସ୍ପେନ୍‌ ୧୯ ବର୍ଷରୁକମ୍‌ ଦଳଠୁ ହାରି ଯାଇଥିଲା। ଫଳରେ ଭାରତ ତୃତୀୟ ସ୍ଥାନରେ ରହି ଅଭିଯାନ ଶେଷ କରିଥିଲ‌ା। ପ୍ରଥମ ଦୁଇ ସ୍ଥାନ ଲାଗି ପୁରସ୍କାରର ବ୍ୟବସ୍ଥା ଥିଲାବେଳେ ‌ତୃତୀୟ ସ୍ଥାନ ପାଇଁ କୌଣସି ପୁରସ୍କାର ନଥିଲା। ହେଲେ ଆୟୋଜକ ସମିତିର ସଭାପତି ଲିସୁ ଗୋମେଜ ଥୋମାସଙ୍କ ନି‌ର୍ଦେଶ ପରେ ତୃତୀୟ ସ୍ଥାନ ଦଳକୁ ପୁରସ୍କାର ଦେବାକୁ ନିଷ୍ପତ୍ତି ହୋଇଥିଲା। ଏହି ଆଧାରରେ ଭାରତକୁ ‌ଫେୟାର ପ୍ଲେ ପୁରସ୍କାର ମିଳିଥିଲା।

ସମ୍ବନ୍ଧିତ ଖବର