ଆଇଏସ୍‌ଏଲ୍‌: ଗୋଆର ସହଜ ବିଜୟ

ନୂଆଦିଲ୍ଲୀ: ଚଳିତ ଇଣ୍ଡିଆନ୍‌ ସୁପର ଲିଗ୍‌ (ଆଇଏସ୍‌ଏଲ୍‌) ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଶନିବାର ଗୋଆ ସହଜ ବିଜୟ ପାଇଛି। ଦିଲ୍ଲୀସ୍ଥିତ ଜବାହର ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚ୍‌ରେ ଗୋଆ ୫-୧ ଗୋଲ୍‌ରେ ଘରୋଇ ଦଳ ଦିଲ୍ଲୀ ଡାଇନାମୋସ୍‌କୁ ପରାସ୍ତ କରିଛି। ଗୋଆ ପକ୍ଷରୁ ଫେରାନ୍‌ କୋରୋମିନାସ୍‌ (୪୫ ମିନିଟ୍‌), ମାନୁଏଲ୍‌ ଲାଞ୍ଜାରୋଟ (୪୫ ମିନିଟ୍‌), ଆଦ୍ରିଆନ୍‌ କୋଲୁଙ୍ଗା (୮୫ ମିନିଟ୍‌) ଏବଂ ମାନୁଏଲ୍‌ ଏରାନା (୮୮ ମିନିଟ୍‌) ଗୋଟିଏ ଲେଖାଏଁ ଗୋଲ୍‌ ଦେଇଥିଲା ବେଳେ ୮୪ତମ ମିନିଟ୍‌ରେ ଏକ ଆତ୍ମଘାତୀ ଗୋଲ୍‌ ଯୋଗୁଁ ବ୍ୟବଧାନ ବଢ଼ାଇଥିଲା। ଦିଲ୍ଲୀ ପକ୍ଷରୁ ଏକମାତ୍ର ଗୋଲ୍‌ଟି କାଲୁ ଉଚେ (୬୨ ମିନିଟ୍‌) ଦେଇଥିଲେ।

ସମ୍ବନ୍ଧିତ ଖବର