ଦୁଇ ମାସ ପରେ ନେଟ୍ସକୁ ଫେରିଲେ ଜାଦେଜା

ନୂଆଦିଲ୍ଲୀ: କ୍ରିକେଟ୍‌ଠୁ ଦୁଇ ମାସ ଧରି ଦୂରରେ ରହିବା ପରେ ପୁଣି ଥରେ ନେଟ୍ସକୁ ଫେରିଛନ୍ତି ଭାରତୀୟ ଦଳର ତାରକା ଅଲରାଉଣ୍ଡର ରବୀନ୍ଦ୍ର ଜାଦେଜା। ଗତ ସପ୍ତାହଠୁ ଜାଦେଜା ଅଭ୍ୟାସ ଆରମ୍ଭ କରିଛନ୍ତି। ଅଭ୍ୟାସ ବେଳର ଏକ ଛୋଟ ଭିଡିଓକୁ ସେ ଟ୍ବିଟର୍‌ରେ ପୋଷ୍ଟ୍‌ କରିଛନ୍ତି। ଦୁଇ ମାସ ପରେ ବ୍ୟାଟ୍‌ ଓ ବଲ୍‌କୁ ଧରିଥିବାରୁ ବହୁତ ଭଲ ଅନୁଭବ ହେଉଥିବା ସେ ପୋଷ୍ଟ୍‌ରେ ଉଲ୍ଲେଖ କରିଛନ୍ତି।

ଗତ ଜାନୁଆରି ମାସରେ ଜାଦେଜା ଅଷ୍ଟ୍ରେଲିଆ ବିପକ୍ଷ ତୃତୀୟ ଟେଷ୍ଟ୍‌ର ତୃତୀୟ ଦିନରେ ଆହତ ହୋଇଥିଲେ। ବ୍ୟାଟି˚ କରୁଥିବା ବେଳେ ତାଙ୍କ ବାମ ହାତ ବୁଢ଼ା ଆଙ୍ଗୁଠିରେ ବଲ୍‌ ବାଜିଥିଲା। ପରେ ପରୀକ୍ଷା କରାଯିବାରୁ ଆଙ୍ଗୁଠି ଖଞ୍ଜା ଛାଡ଼ିଯାଇଥିବା ଜଣାପଡ଼ିଥିଲା। ଏଥିଯୋଗୁଁ ତାଙ୍କର ଅସ୍ତ୍ରୋପଚାର କରାଯାଇଥିଲା। ଅସ୍ତ୍ରୋପଚାର ହେବା ପରଠୁ ସେ ପଡ଼ିଆକୁ ଫେରିବା ପାଇଁ ବ୍ୟଗ୍ର ଥିଲେ। ଆଗକୁ ଭାରତୀୟ ଦଳରେ ପୁଣି ଥରେ ସ୍ଥାନ ପାଇବା ପାଇଁ ସେ ଜୋର୍‌ଦାର ଅଭ୍ୟାସ ଆରମ୍ଭ କରିଦେଇଛନ୍ତି। ବର୍ତ୍ତମାନ ଭାରତ ଶୁକ୍ରବାରଠୁ ଆରମ୍ଭ ହେଉଥିବା ଇ˚ଲଣ୍ଡ ବିପକ୍ଷ ଟି-୨୦ ଶୃଙ୍ଖଳା ପାଇଁ ପ୍ରସ୍ତୁତ ହୋଇଛି। ଟେଷ୍ଟ୍‌ ଶୃଙ୍ଖଳାକୁ ୩-୧ରେ ଜିତିବା ପରେ ଭାରତୀୟ ଖେଳାଳିଙ୍କ ମନୋବଳ ଊର୍ଦ୍ଧ୍ବରେ ରହିଛି।

ସମ୍ବନ୍ଧିତ ଖବର