୨ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଖେଳିବ ଭାରତ, ପୂର୍ବତନ ବୋଲର କହିଲେ- ଆବଶ୍ୟକ ପଡ଼ିଲେ ବୁମରାଙ୍କୁ ଖେଳାଯାଉ

ନୂଆଦିଲ୍ଲୀ: ଆୟୋଜକ ଭାରତ ଅକ୍ଟୋବର ୨ରୁ ଦକ୍ଷିଣ ଆଫ୍ରିକା ବିପକ୍ଷରେ ଟେଷ୍ଟ ଶୃଙ୍ଖଳା ଖେଳିବ। ଏହି ଶୃଙ୍ଖଳା ବିଶ୍ୱ ଟେଷ୍ଟ ଚାମ୍ପିଅନସିପ୍‌ର ଅଂଶବିଶେଷ ଅଟେ। ଏହି କାରଣରୁ ଉଭୟ ଟିମ୍‌ ପୁରା ମନୋବଳ ଲଗାଇ ଖେଳିବେ। ଉଭୟ ଟିମ୍‌ ନିଜ ନିଜର ରଣନୀତି ଲଗାଇ ପଡ଼ିଆକୁ ଓହ୍ଲାଇବେ। ମାତ୍ର ଭାରତର ପୂର୍ବତନ ବୋଲର ଚେତନ ଶର୍ମାଙ୍କ ଭାବନା ଅଲଗା। ଚେତନଙ୍କ ମତରେ ଯଦି ଏହି ଶୃଙ୍ଖଳାରେ ଯଶପ୍ରୀତ ବୁମରାଙ୍କର ଆବଶ୍ୟକତା ଅଛି, ତା’ହେଲେ ଭାରତୀୟ ଟିମ ତାଙ୍କୁ ଖେଳାଇବା ଉଚିତ।

୫୩ ବର୍ଷିଅ ଚେତନ ଶର୍ମା ଦିନିକିଆ ମ୍ୟାଚରେ ହ୍ୟାଟ୍ରିକ ନେବାରେ ପ୍ରଥମ ଭାରତୀୟ ଭାବେ ରେକର୍ଡ କରିଛନ୍ତି। ସେ ୧୯୮୦ ଦଶକରେ ଭାରତର ପ୍ରମୁଖ ଦ୍ରୁତ ବୋଲର ଭାବେ ଗଣାଯାଉଥିଲେ। ଶର୍ମା କହିଛନ୍ତି, ମୋ ମତରେ ବୁମରାଙ୍କୁ ଭାରତରେ ହେଉଥିବା ଟେଷ୍ଟ ମ୍ୟାଚରେ ବିଶ୍ରାମ ଦିଆଯିବା ଦରକାର। ସମସ୍ତେ ଜାଣିଛନ୍ତି ଯେ, ସେ ହେଉଛନ୍ତି ବିଶ୍ୱର ଶ୍ରେଷ୍ଠ ଦ୍ରୁତ ବୋଲର।

ଯଶପ୍ରୀତ ବୁମରା ଏଯାଏଁ ୧୨ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେ ଏହି ମ୍ୟାଚଗୁଡ଼ିକରେ ମୋଟ ୬୨ଟି ଓ୍ଵିକେଟ ନେଇଛନ୍ତି। ସବୁଠାରୁ ବଡ଼ କଥା ଯେ, ବୁମରା ନିଜର ସମସ୍ତ ମ୍ୟାଚଗୁଡ଼ିକ ବିଦେଶରେ ଖେଳିଛନ୍ତି।

ସମ୍ବନ୍ଧିତ ଖବର