ଚେନ୍ନାଇ: ଚଳିତ ଇଣ୍ଡିଆନ୍ ସୁପର ଲିଗ୍ (ଆଇଏସ୍ଏଲ୍) ଫୁଟ୍ବଲ୍ ପ୍ରତିଯୋଗିତାରେ ଜେଜେ ଲାଲ୍ପେଖଲୁଆ ଚେନ୍ନାଇନ୍କୁ ତୃତୀୟ ବିଜୟ ଭେଟି ଦେଇଛନ୍ତି। ଗୁରୁବାର ଚେନ୍ନାଇର ଜବାହରଲାଲ ନେହୁର ଷ୍ଟାଡିୟମରେ ଖେଳାଯାଇଥିବା ମ୍ୟାଚ୍ରେ ଜେଜଙ୍କ (୬୫, ୯୦ ମିନିଟ୍)ଙ୍କ ଯୁଗଳ ଏବଂ ଇନିଗୋ କାଲ୍ଡେର୍ନ (୮୪ ମିନିଟ୍)ଙ୍କ ଗୋଲ୍ ବଳରେ ଚେନ୍ନାଇନ୍ ୩-୨ ଏଟିକେକୁ ଗୋଲ୍ରେ ପରାସ୍ତ କରିଛି। ଏଟିକେ ପକ୍ଷରୁ ଜିକୁନା (୭୭ ମିନିଟ୍) ଏବଂ ନାଜି କୁକି (୮୯ ମିନିଟ୍) ଗୋଟିଏ ଲେଖାଏଁ ଗୋଲ୍ ଦେଇଥିଲେ।