କିଙ୍ଗ୍ସ ଇଲେଭେନ୍ ପଞ୍ଜାବ ପ୍ରଶିକ୍ଷକ ପଦରୁ ହେସନଙ୍କ ଇସ୍ତଫା

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍‌ ଦଳର ମୁଖ୍ୟ ପ୍ରଶିକ୍ଷକ ଦୌଡ଼ରେ ଆଇପିଏଲ୍‌ ଦଳ କିଙ୍ଗ୍ସ ଇଲେଭେନ୍‌ର ପ୍ରଶିକ୍ଷକ ମାଇକ ହେସନ୍‌ ରହିଛନ୍ତି। ଭାରତୀୟ ଦଳର ପ୍ରଶିକ୍ଷକ ପଦ ପାଇଁ ଲାଳାୟିତ ହେସନ୍‌ ଗୁରୁବାର କିଙ୍ଗ୍ସ ଇଲେଭେନ୍‌ ପଞ୍ଜାବର ପ୍ରଶିକ୍ଷକ ପଦ ଛାଡ଼ିଛନ୍ତି। ଭାରତ ଓ ପାକିସ୍ତାନ କ୍ରିକେଟ୍‌ ଦଳର ପ୍ରଶିକ୍ଷକ ଲାଗି ସେ ଆବେଦନ କରିଥିବାରୁ ଏଭଳି ନିଷ୍ପତ୍ତି ନେଇଥିବା ନେଇ ନ୍ୟୁଜିଲାଣ୍ଡ ଗଣମାଧ୍ୟମରେ ଚର୍ଚା ହେଉଛି। ହେସନ୍‌ଙ୍କ ପ୍ରଶିକ୍ଷଣ ସମୟରେ ନ୍ୟୁଜିଲାଣ୍ଡ୍‌ ଦଳ ୨୦୧୫ ବିଶ୍ବକପ୍‌ର ଫାଇନାଲ୍‌ରେ ପ୍ରବେଶ କରିଥିଲା। ନ୍ୟୁଜିଲାଣ୍ଡ ସହ ୬ ବର୍ଷର ରହଣୀ ମଧ୍ୟରେ ସେ ଦଳକୁ ୨୦୧୬ ‌‌‌ଟ୍ବେଣ୍ଟି-୨୦ ବିଶ୍ବକପ୍‌ ସେମିଫାଇନାଲ୍‌ ପହଞ୍ଚାଇଥିଲେ। ଏଥି ସହ ତାଙ୍କ ସମୟ‌ରେ ନ୍ୟୁଜିଲାଣ୍ଡ ଦଳ ୨୦୧୮ରେ ଇଂଲଣ୍ଡ ବିପକ୍ଷ ଘରୋଇ ଟେଷ୍ଟ୍‌ ଶୃଙ୍ଖଳା ଜିତି ବିଶ୍ବମାନ୍ୟତାର ତୃତୀୟ ସ୍ଥାନ ଅଧିକାର କରିଥିଲା।

ସମ୍ବନ୍ଧିତ ଖବର