କିନୋ ଓଏଫ୍‌ସିର ଅନ୍ତରୀଣ ମୁଖ୍ୟ ପ୍ରଶିକ୍ଷକ

ଭୁବନେଶ୍ବର: ଚଳିତ ଆଇଏସ୍‌ଏଲ୍‌ ଫୁଟ୍‌ବଲ୍‌ ପ୍ରତିଯୋଗିତାରେ ଦଳର ଖରାପ ପ୍ରଦର୍ଶନ ଲାଗି ଓଡ଼ିଶା ଏଫ୍‌ସି ଶୁକ୍ରବାର ଏହାର ମୁଖ୍ୟ ପ୍ରଶିକ୍ଷକ କିକୋ ରାମିରେଜ୍‌ଙ୍କୁ ବହିଷ୍କାର କରିଥିଲା। ଏହା ପରେ ଶନିବାର ଦଳର ସହଯୋଗୀ ପ୍ରଶିକ୍ଷକ କିନୋ ଗାର୍ସିଆଙ୍କୁ ଅନ୍ତରୀଣ ମୁଖ୍ୟ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ସେ ଚଳିତ ଆଇଏସ୍‌ଏଲ୍‌ରେ ଦଳର ଆଗାମୀ ମ୍ୟାଚ୍‌ (ନର୍ଥଇଷ୍ଟ ୟୁନାଇଟେଡ୍‌ ଏଫ୍‌ସି ବିପକ୍ଷ)ରେ ଏହି ଦାୟିତ୍ବ ନିର୍ବାହ କରି‌ବେ ବୋଲି ଭୁବନେଶ୍ବର ଦଳ ପକ୍ଷରୁ ଜାରି ପ୍ରେସ୍‌ ବିଜ୍ଞପ୍ତିରେ ସୂଚନା ଦିଆଯାଇଛି। ୟୁଫା ପ୍ରୋ ଲାଇସେନ୍ସ ପ୍ରାପ୍ତ କିନୋ ସ୍ପେନ୍‌ର ବିଭିନ୍ନ କ୍ଲବ୍‌ରେ ପ୍ରଶିକ୍ଷଣ ଦେବାର ଅଭିଜ୍ଞତା ରଖିଛନ୍ତି।

ସମ୍ବନ୍ଧିତ ଖବର