ପ୍ରେମ ଦିବସ ପାଳିଲେ କୋହଲି, ରୋହିତ ଓ ଧାୱନ

ନୂଆଦିଲ୍ଲୀ: ପ୍ରେମ ଦିବସ (ଫେବ୍ରୁଆରି ୧୪)ର ଧୁମ୍ ଭାରତୀୟ କ୍ରିକେଟ୍‌ରେ ମଧ୍ୟ ଦେଖିବାକୁ ମିଳିଛି। ଢେର କିଛି ଦିନ ବିଦେଶ ଗସ୍ତରେ ଯାଇ ନିକଟରେ ସ୍ବଦେଶ ଫେରିଥିବା ଭାରତୀୟ କ୍ରିକେଟରମାନେ ଗୁରୁବାର ନିଜ ନିଜ ପତ୍ନୀ ଓ ପ୍ରେମିକାଙ୍କ ସହ ପ୍ରେମ ଦିବସ ପାଳନ କରିଛନ୍ତି। ଏହି କ୍ଷେତ୍ରରେ ଅଧିନାୟକ ବିରାଟ କୋହଲି ଏବଂ ପ୍ରାରମ୍ଭିକ ‌ଯୋଡ଼ି ରୋହିତ ଶର୍ମା ଓ ଶିଖର ଧାୱନ ଆଗରେ ରହିଛନ୍ତି। କୋହଲି ପତ୍ନୀ ଅନୁଷ୍କାଙ୍କ ସହ ନୂଆଦିଲ୍ଲୀର ଏକ ଲୋକପ୍ରିୟ ରେଷ୍ଟୁରାଣ୍ଟକୁ ଯାଇଥିଲା ବେଳେ ଧାୱନ ନିଜ ଟ୍ବିଟର ପୃଷ୍ଟାରେ ସୁନ୍ଦର ବାର୍ତା ପ୍ରକାଶ କରି ପତ୍ନୀ ଆୟେସାଙ୍କୁ ପ୍ରେମ ଦିବସର ଶୁଭେଚ୍ଛା ଜଣାଇଥିଲେ। ବିରାଟ ମଧ୍ୟ ଅନୁଷ୍କାଙ୍କ ସହ ଉଠାଇଥିବା ଫଟୋକୁ ନିଜ ଇନଷ୍ଟାଗ୍ରାମ ପୃଷ୍ଠାରେ ସ୍ଥାନ ଦେଇଥିଲେ। ସେହିଭଳି ରୋହିତ, କ୍ରୁନାଲ ପାଣ୍ଡ୍ୟା ମଧ୍ୟ ନିଜ ନିଜ ପତ୍ନୀଙ୍କୁ ସାମାଜିକ ଗଣମାଧ୍ୟମରେ ଶୁଭେଚ୍ଛା ଜଣାଇଥିଲେ। ଦୀର୍ଘ ଦିନ ପରେ ଝିଅ ସମାଇରା ପାଖକୁ ଫେରିଥିବାରୁ ରୋହିତ ବହୁତ ଖୁସି ଥିବା ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର