ନିଜର ୩୧ତମ ଜନ୍ମଦିନରେ ଆବେଗପ୍ରବଣ ହୋଇ ଚିଠି ସେୟାର କଲେ ବିରାଟ କୋହଲି, ୧୬ ବର୍ଷ ପୂର୍ବରୁ ଏହାକୁ ଲେଖିଥିଲେ

ନୂଆଦିଲ୍ଲୀ: ଟିମ୍‌ ଇଣ୍ଡିଆର ଅଧିନାୟକ ବିରାଟ କୋହଲି ମଙ୍ଗଳବାର (୨୦୧୯ ନଭେମ୍ବର ୫) ନିଜର ୩୧ତମ ଜନ୍ମଦିନ ପାଳନ କରିଛନ୍ତି। ଜନ୍ମଦିନ ଅବସରରେ ବନ୍ଧୁ ଓ ପ୍ରଶଂସକମାନେ ବିରାଟଙ୍କୁ ଶୁଭେଚ୍ଛା ଜଣାଇଛନ୍ତି। ଏହି ଅବସରରେ ବିରାଟ କୋହଲି ବନ୍ଧୁମାନଙ୍କୁ ସ୍ୱତନ୍ତ୍ର ଉପହାର ମଧ୍ୟ ଦେଇଛନ୍ତି। ବିରାଟ ନିଜର ଏକ ପୁରୁଣା ଚିଠିକୁ ସୋସିଆଲ ମିଡିଆରେ ସେୟାର କରିଛନ୍ତି, ଯାହାକୁ କି ସେ ୧୬ ବର୍ଷ ପୂର୍ବରୁ ନିଜ ପାଇଁ ଲେଖିଥିଲେ।

ଏହି ଚିଠିରେ ବିରାଟ କୋହଲି ନିଜ ସଂପର୍କରେ ବର୍ଣ୍ଣନା କରଛନ୍ତି ଏବଂ ନିଜର ଆଗାମୀ ଦିନରେ ମିଳିବାକୁ ଥିବା ସଫଳତାକୁ ନେଇ ନିଜର ମାର୍ଗଦର୍ଶନରେ କିଭଳି ପ୍ରସ୍ତୁତି କରୁଛନ୍ତି ତାହା ଲେଖିିଛନ୍ତି। ବିରାଟ କୋହଲି ଚିଠିରେ କହିଛନ୍ତି, ଯେତେବେଳେ ସେ ୧୫ ବର୍ଷର ବାଳକ ଥିଲେ, ସେହି ସମୟରେ ଏହି ଚିଠି ଲେଖିଥିଲେ। ଏହି ଚିଠି ପଢ଼ି ଅନୁମାନ ହେଉଛି ଯେ, ସେ ଚାମ୍ପିଅନ ହେବାକୁ ୧୫ ବର୍ଷ ବୟସରୁ ଲକ୍ଷ୍ୟ ରଖିଥିଲେ।

ନିଜର ୩୧ତମ ଜନ୍ମଦିନ ପାଳନ ଅବସରରେ ସେ ନିଜର ପ୍ରଶଂସକଙ୍କୁ ଏହି ପତ୍ର ସେୟାର କରିଛନ୍ତି। ଏହି ଚିଠିକୁ ସେୟାର କରି ଟୁଇଟ କ୍ୟାପସନରେ ଳେଖିଛନ୍ତି, ମୁଁ ଯେତେବେଳେ ୧୫ ବର୍ଷ ବୟସର ଥିଲି, ଜୀବନ ବାବଦରେ କିଛି ଅଭିଜ୍ଞତା ଉଲ୍ଲେଖ କରିଥିଲି। ଏହାକୁ ଆପଣ ଥର ଟିଏ ପଢ଼ନ୍ତୁ।

ସମ୍ବନ୍ଧିତ ଖବର