କୋହଲିଙ୍କ ସଂଘର୍ଷପୂର୍ଣ୍ଣ ଯାତ୍ରା, ୧୮ ବର୍ଷ ବୟସରେ ପିତାଙ୍କୁ ହରାଇଥିଲେ

କୋହଲିଙ୍କୁ ଯେତେବେଳେ ମାତ୍ର ୧୮ ବର୍ଷ ହୋଇଥିଲା, ତାଙ୍କ ପିତା ପ୍ରେମ୍ କୋହଲିଙ୍କର ହୃଦଘାତରେ ମୃତ୍ୟୁ ହୋଇ ଯାଇଥିଲା। ଅଚାନକ ଆସିଥିବା ଏତେ ବଡ଼ ଧକ୍କା ମଧ୍ୟ ତାଙ୍କୁ ନିଜ ଲକ୍ଷ୍ୟପଥରୁ ଦୋହଲାଇ ପାରି ନଥିଲା। ପିତାଙ୍କ ପରଲୋକର ମାତ୍ର ଦିନକ ପରେ ହିଁ କୋହଲି କ୍ରିକେଟ୍ ପଡ଼ିଆକୁ ଫେରିଥିଲେ। ଦିଲ୍ଲୀ ରଣଜୀ ଦଳର ପ୍ରତିନିଧିତ୍ବ କରି ୯୦ ରନ୍‌ର ପାଳି ଖେଳିଥିଲେ। ବିଶ୍ବର ଶ୍ରେଷ୍ଠ ବ୍ୟାଟ୍ସମ୍ୟାନର ମାନ୍ୟତା ଲାଭ କରିବାର ସଂଘର୍ଷପୂର୍ଣ୍ଣ ଯାତ୍ରା ମଧ୍ୟରେ କୋହଲି ଅନେକ ଘାତ ପ୍ରତିଘାତର ସମ୍ମୁଖୀନ ହୋଇଛନ୍ତି। ସଂପ୍ରତି ସେ ଉଭୟ ଦିନିକିଆ ଓ ଟେଷ୍ଟ ମାନ୍ୟତାର ଏକ ନମ୍ବର ବ୍ୟାଟ୍ସମ୍ୟାନ୍। ନିଜ ଜାଜ୍ଜୁଲ୍ୟମାନ ଖେଳ ଜୀବନର ଅଜସ୍ର ପ୍ରଶଂସା ସାଉଣ୍ଟିଛନ୍ତି ସେ। ଅନେକ ଥର ତାଙ୍କୁ ନିନ୍ଦା ଏବଂ ପରିହାସର ସମ୍ମୁଖୀନ ‌ବି ହେବାକୁ ପଡ଼ିଛି। ତେବେ କୋହଲି ହାର ମାନି ନାହାନ୍ତି। ଆଗକୁ ଆଗକୁ ବଢ଼ି ଚାଲିଛନ୍ତି। କୋଟି କୋଟି କ୍ରିକେଟ୍ ପ୍ରେମୀଙ୍କ ହୃଦୟରେ ନିଜ ପାଇଁ ସ୍ବତନ୍ତ୍ର ସ୍ଥାନ ସୃଷ୍ଟି କରିବା ସହ ଭାରତୀୟ କ୍ରିକେଟ୍‌ର ଅନ୍ୟତମ ମହାଯୋଦ୍ଧା ଭା‌ବେ ଉଭା ହୋଇଛନ୍ତି। ଦୁଃଖର କଥା ହେଲା ଚିକୁଙ୍କର ଏହି ସଫଳତା ଦେଖିବାକୁ ତାଙ୍କ ପିତା ଆଉ ଜୀବିତ ନାହାନ୍ତି।

ସମ୍ବନ୍ଧିତ ଖବର