ଆଇପିଏଲ୍‌-୧୩: ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୦ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ୍‌ ରାଇଡର୍ସ

ଆବୁଧାବି: ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌-୨୦୨୦ର ଏକବିଂଶ ମୁକାବିଲାରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୦ ରନ୍‌ରେ ପରାସ୍ତ କଲା କୋଲକାତା ନାଇଟ୍‌ ରାଇଡର୍ସ‌ । ମ୍ୟାଚର ୧୦ ଓଭର ପରେ ବ୍ୟାଟିଂ ବିପର୍ଯ୍ୟୟର ସାମ୍ନା କରି ପରାଜୟ ବରଣ କରିଛି ଚେନ୍ନାଇ ସୁପର କିଙ୍ଗସ୍।  ଦ୍ବିତୀୟ ପାଳିରେ ୧୬୮ ରନ୍‌ର ଲକ୍ଷ୍ୟକୁ ପିଛା କରି ୨୦ ଓଭରରେ ୫ ୱିକେଟ ହରାଇ ୧୫୭ ରନ୍‌ କରି ପରାଜିତ .ହୋଇଛି ଚେନ୍ନାଇ । ଚେନ୍ନାଇ ପକ୍ଷରୁ ଅମ୍ବାତି ରାୟଡୁ ୨୭ ବଲରେ ୩୦ ରନ୍‌ ଓ ସେନ୍‌ ୱାଟସନ ସର୍ବାଧିକ ୪୦ ବଲ ଖେଳି ୫୦ ରନ୍‌ କରିଥିଲେ । ଅନ୍ୟପଟେ କୋଲକାତା ପକ୍ଷରୁ ଶିବମ୍ ମାଭି, ବରୁଣ ଚକ୍ରବର୍ତ୍ତୀ ଓ ଆଣ୍ଡ୍ରେ ରସେଲ (୧-୧) ୱିକେଟ ନେଇଥିବା ବେଳେ କମଲେଶ ନଗରକୋଟି ଓ ସୁନୀଲ ନାରିନ ମଧ୍ୟ (୧-୧) ଓ୍ବିକେଟ ନେଇ କୋଲକାତାକୁ ବିଜୟ ଦେଇଥିଲେ । ଏହି ବିଜୟ ସହ କୋଲକାତା ଦଳ ତାଲିକାରେ ୩ୟ ସ୍ଥାନରେ ରହିଛି ।

ପୂର୍ବରୁ କୋଲକାତା ନାଇଟ୍‌ ରାଇଡର୍ସ ଟସ୍‌ ଜିଣି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା। କୋଲକାତା ପକ୍ଷରୁ ରାହୁଲ୍ ତ୍ରିପାଠୀ‌ ୫୧ଟି ବଲ ଖେଳି ୮ଟି ଚୌକା ଓ ୩ଟି ଛକା ବଳରେ ବ୍ୟକ୍ତିଗତ ସ୍କୋର୍‌ ୮୧ ରନ୍‌ କରିଥିବା ବେଳେ ଅନ୍ୟତମ ଓପନର ଶୁଭମନ୍‌ ଗିଲ ୧୨ଟି ବଲ୍‌ ଖେଳି ୧୧ ରନ୍‌ କରି ଚେନ୍ନାଇର ପ୍ରଥମ ଶିକାର ହୋଇଥିଲେ । ସାର୍ଦ୍ଦୁଲ ଠାକୁରଙ୍କ ବଲରେ‌ ମହେନ୍ଦ୍ର ସିଂହ ଧୋନିଙ୍କୁ କ୍ୟାଚ୍‌ ଦେଇ ସେ ଆଉଟ୍‌ ହୋଇଥିଲେ। କୋଲକାତା ୪.୨ ଓଭରରେ ୩୭ ରନ୍‌ରେ ନିଜର ପ୍ରଥମ ଓ୍ଵିକେଟ୍‌ ହରାଇଥିଲା। ଗିଲ୍‌ଙ୍କ ସ୍ଥାନ ପୂରଣ କରିବାକୁ ପଡ଼ିଆକୁ ପ୍ରବେଶ କରିଥିଲେ ନୀତିଶ ରାଣା। ସେ ୧୦ଟି ବଲ୍‌ର ସମ୍ମୁଖୀନ ହୋଇ ୯ ରନ୍‌ ଯୋଡ଼ିଥିଲେ। ୭୦ରନ୍‌ରେ କୋଲକାତା ୨ୟ ଓ୍ଵିକେଟ ଭାବେ ନୀତିଶ ଆଉଟ୍‌ ହୋଇଥିଲେ। ଫଳରେ ୨୦ ଓଭରରେ ୭ଟି ଓ୍ଵିକେଟ୍‌ ହରାଇ ୧୬୭ ରନ୍‌ କରିବା ପରେ ଚେନ୍ନାଇ ସୁପର କିଙ୍ଗସ୍‌କୁ ୧୬୮ ରନ୍‌ର ବିଜୟ ଲକ୍ଷ୍ୟ ଦେଇଥିଲା କୋଲକାତା ।

ସମ୍ବନ୍ଧିତ ଖବର