କୋଣାର୍କ ସାଇକ୍ଲୋଥନ୍‌ ଡିସେମ୍ବର ୨୩ରୁ

ଭୁବନେଶ୍ୱର: ତୃତୀୟ ସଂସ୍କରଣ କୋଣାର୍କ ଅନ୍ତର୍ଜାତୀୟ ସାଇକ୍ଲୋଥନ୍‌ ପ୍ରତିଯୋଗିତା ଡିସେମ୍ବର ୨୩ରୁ ୨୯ ତାରିଖ ପର୍ଯ୍ୟନ୍ତ କୋଣାର୍କରୁ କୋରାପୁଟ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଧୁମ୍ରପାନ ବିରୋଧୀ ଅଭିଯାନ ସହିତ ତୈଳ ବଞ୍ଚାଓ, ପରିବେଶ ସୁରକ୍ଷା, ସ୍ୱାସ୍ଥ୍ୟ ଜୀବନ ଆଦି ପ୍ରସଙ୍ଗରେ ସଚେତନତା ସୃଷ୍ଟି ଲକ୍ଷ୍ୟରେ ଏହି ଯାତ୍ରା ଏଥର ରୋମାଞ୍ଚକର ହେବ ବୋଲି ଆଶା ପ୍ରକାଶ କରିଛନ୍ତି ସଂଯୋଜକ ସୁଧୀର ଦାଶ। ପ୍ରଥମ ପର୍ଯ୍ୟାୟରେ ୧୦୦୦ ଜଣ ସାଇକ୍ଲିଷ୍ଟ୍‍ କୋଣାର୍କରୁ ସାତପଡ଼ା ଯାତ୍ରା କରିବା ପରେ ସେଠାରୁ ୨୦ ଜଣ ୫ଟି ଏନ୍‌ଜିଓ ଜରିଆରେ ଏହି ସାଇକ୍ଲୋଥନ୍‌ ଚିଲିକା, ଚନ୍ଦ୍ରଗିରି ଦେଇ କେରାପୁଟର ସାବରକ୍ଷେତ୍ରରେ ଶେଷ ହେବ ବୋଲି ସେ ସୂଚନା ଦେଇଛନ୍ତି। ସାତପଡ଼ାରେ ଉପକୂଳ ସଫେଇ, ମତ୍ସ୍ୟଜୀବୀଙ୍କ ପାଇଁ ପରିବେଶ ପ୍ରଶିକ୍ଷଣ, ପରିବେଶ ପରିବର୍ତନ ସମ୍ପର୍କିତ ତର୍କ, ପ୍ଳାଷ୍ଟିକ୍‌ ବିରୋଧୀ, ବୃକ୍ଷରୋପଣ, ପଶୁ ସୁରକ୍ଷା, ସ୍ୱାସ୍ଥ୍ୟ ପାଇଁ ସାଇକେଲ୍‌ ଚାଳନା ଆଦି ଏହି ସାଇକ୍ଲୋଥନ୍‌ର କାର୍ଯ୍ୟକ୍ରମ ଭିତରେ ରହିଛି।

ସମ୍ବନ୍ଧିତ ଖବର