କୁଚ୍‌ବେହାର ଟ୍ରଫି, ଶେଖରଙ୍କୁ ୪ ଵିକେଟ, ଗୋଆ ଫଲୋଅନ୍‌

କଟକ: ଶେଖର ମାଝୀଙ୍କ ଘାତକ ବୋଲି˚ ସହାୟତାରେ ୧୯ ବର୍ଷରୁ କମ୍‌ କୁଚ୍‌ବେହାର ଟ୍ରଫିରେ ଗୋଆକୁ ଫଲୋଅନ୍‌ ଦେବାରେ ଓଡ଼ିଶା ସଫଳ ହୋଇଛି। ଓଡ଼ିଶାର ପ୍ରଥମ ପାଳି ୩୬୮ ରନ୍‌ ଜବାବରେ ଗୋଆ ୧୦୪ ରନ୍‌ରେ ସୀମିତ ରହିଥିଲା। ଶେଖର ମାଝୀ ସର୍ବାଧିକ ୪ ଵିକେଟ ଅକ୍ତିଆର କରିଥିଲା ବେଳେ ବିଶ୍ବଜିତ ମଲ୍ଲିକ ୨, ଏନ୍‌ ଭୂୟାଁ, ରଘୁନାଥ ମଲ୍ଲ ଓ ନୀତିଶ ସାମନ୍ତରାୟ ଗୋଟିଏ ଲେଖାଏଁ ଵିକେଟ ପାଇଥିଲେ। ଫଲୋଅନ୍‌ ଖେଳି ଗୋଆ ଦ୍ବିତୀୟ ପାଳିରେ ମଧ୍ୟ ବିପର୍ଯ୍ୟୟର ସମ୍ମୁଖୀନ ହୋଇଛି। ତୃତୀୟ ଦିନର ଷ୍ଟମ୍ପ୍‌ସ ଅପସାରଣ ବେଳକୁ ୬ ଵିକେଟ ହରାଇ ୧୯୯ ରନ୍‌ କରିଛି। ପୀୟୂଷ ଯାଦବ ଅପରାଜିତ ୫୬, ଉଦିତ ଯାଦବ ୨୫, ମୋହିତ ରେଦକର ୪୭, ଶାନୁ ଭନ୍ତାମୁରୀ ୨୦ ରନ୍‌ କରିଛନ୍ତି। ଓଡ଼ିଶା ପାଇଁ ଶେଖର ୧, ଭୂୟାଁ ୨, ନୀତିଶ ୨ ଵିକେଟ୍‌ ନେଇଛନ୍ତି।

ସମ୍ବନ୍ଧିତ ଖବର