ଗଙ୍ଗା କୂଳରେ କ୍ରିକେଟ୍‌ ପଢୁଛନ୍ତି କୁଲ୍‌ଦୀପ, ମୁଣ୍ତ ତଳକୁ କରି ବୋଲି˚

ନୂଆଦିଲ୍ଲୀ: ଜଣେ ଚାଇନାମ୍ୟାନ ବୋଲର ଭାବେ କୁଲ୍‌ଦୀପ ଏକ ବିରଳ ପ୍ରଜାତିର ସ୍ପିନର। ୨୦୧୭ରେ ଅଷ୍ଟ୍ରେଲିଆ ବିପକ୍ଷ ଘରୋଇ ଶୃଙ୍ଖଳାରେ ଟେଷ୍ଟ ପଦାର୍ପଣ କରିଥିଲା ବେଳେ ୪ ଵିକେଟ ଅକ୍ତିଆର କରି ଦକ୍ଷତାର ପ୍ରମାଣ ଦେଇଥିଲେ। ଏହାପରେ ସେ ୟୁଜ୍‌ବେନ୍ଦ୍ର ଚହଲଙ୍କ ସହ ମିଶି ଭାରତୀୟ ସ୍ପିନ୍‌ ଆକ୍ରମଣକୁ ମଜବୁତ୍‌ କରିଥିଲା ବେଳେ ୨୦୧୯ ବିଶ୍ବକପ୍‌ରେ ଏହି ଦୁଇଜଣ ଏକାଧିକ ଵିକେଟ ଦଖଲ କରିଥିଲେ। ତଥାପି ଇ˚ଲଣ୍ତ ବ୍ୟାଟ୍ସମ୍ୟାନଙ୍କ ବିପକ୍ଷରେ କୁଲ୍‌ଦୀପଙ୍କୁ ଅତ୍ୟଧିକ ପ୍ରହାର ହୋଇଥିବାରୁ ତାଙ୍କୁ କଠିନ ସମୟ ଦେଇ ଗତି କରିବାକୁ ପଡ଼ିଥିଲା। କିନ୍ତୁ ଏବେ ତାଲାବନ୍ଦ ବେଳେ ସେ ସୀମିତ ଉତ୍ସ ମଧ୍ୟରେ କାନପୁର ଜାଜମାଉସ୍ଥିତ ଗଙ୍ଗାନଦୀ କୂଳରେ ଥିବା ଘରେ ତାଙ୍କର ସବୁ ତ୍ରୁଟିକୁ ସୁଧାରିବାରେ ଲାଗିପଡ଼ିଛନ୍ତି।

କୁଲ୍‌ଦୀପଙ୍କ କହିବାନୁସାରେ, ଯଦିଓ ଏବେ ନେଟ୍ସରେ ଅଭ୍ୟାସ କରିବା ସୁଯୋଗ ନାହିଁ, ତଥାପି କିଛି ନୂଆ ପନ୍ଥା ଆପଣାଇଛି। ମୋର ଦକ୍ଷତାକୁ ବୃଦ୍ଧି କରିବା ଦିଗରେ ଅଧିକ ଧ୍ୟାନ ଦେଉଛି। କାରଣ ଯେତେବେଳେ ବି କ୍ରିକେଟ ଋତୁ ଆରମ୍ଭ ହେବ ସେତେବେଳେକୁ ମୁଁ ସ˚ପୂର୍ଣ୍ଣ ରୂପେ ପ୍ରସ୍ତୁତ ହୋଇସାରିଥିବି ବୋଲି ଭାବିଛି। ପାଖାପାଖି ୨ ମାସ ହେବ ଛାତ ଉପରେ ଦିନକୁ ଦୁଇ ଘଣ୍ଟା ବୋଲି˚ ଅଭ୍ୟାସ କରୁଛି। ଦୁଇ ପଟରେ ବେଡ୍‌ସିଟ୍‌ ଟାଙ୍ଗିବା ସହ କାନ୍ଥରେ ମାର୍କରର ଵିକେଟ ବନାଇ ଅଭ୍ୟାସ କରୁଛି। ଉଭୟ ଡାହାଣହାତୀ ଓ ବାମହାତୀ ବ୍ୟାଟ୍ସମ୍ୟାନଙ୍କ ପାଇଁ ବୋଲି˚ରେ ଭିନ୍ନତା ଚେଷ୍ଟା କରି ଯେତେବେଳେ ଵିକେଟ ପାଉଛନ୍ତି, ସେତେବେଳେ ନିଜକୁ ଉତ୍ସାହିତ କରିବା ପାଇଁ ସେ ଵିକେଟର ଖୁସି ମନାଉଛନ୍ତି।

ତଥାପି ଲକ୍ଷ୍ୟବିହୀନ ଅଭ୍ୟାସ ବେଳେ ନିଜର କୌଶଳକୁ ଉନ୍ନତ ଧରଣର କରିବା ଓ ଠିକ୍‌ ସ୍ଥାନରେ ବଲ୍‌ ପକାଇବା କଷ୍ଟକର। ସେହିପରି ଯେତେବେଳେ ବ୍ୟାଟ୍ସମ୍ୟାନ ସାମ୍ନାରେ ନଥିବ ସେତେବେଳେ ହାତ ଓ ଆଖିର ସ˚ଜମତା ରଖିବା ମଧ୍ୟ ସମ୍ଭବ ହୋଇନଥାଏ। ତେଣୁ ତୁମକୁ ଅନେକ କିଛି ମନଭିତରେ ଦେଖିବାକୁ ପଡ଼ିବ। ଯଦି ନିଜର କଳା ସହ ନିୟମିତ ଜଡ଼ିତ ନରହିବ, ତାହେଲେ ଆତ୍ମବିଶ୍ବାସ ହରାଇବା ସମ୍ଭାବନା ଥାଏ। ତେଣୁ ଦକ୍ଷତାକୁ ନିୟମିତ ମାର୍ଜିତ କଲେ ନିଜକୁ ଭଲ ଲୟରେ ରଖିହେବ। ଜଣେ ଚାଇନାମ୍ୟାନ ବୋଲର ଭାବେ ବୋଲି˚ ପୂର୍ବରୁ ଅନେକ କିଛି ଦକ୍ଷତା ଉପରେ ଚିନ୍ତା କରିବାକୁ ପଡ଼ିଥାଏ। ଏଥିପାଇଁ ଧ୍ୟାନ କେନ୍ଦ୍ରିତ କରିବାକୁ କେବଳ ଅଭ୍ୟାସ ହିଁ ଏକମାତ୍ର ଉପାୟ ବୋଲି କୁଲ୍‌ଦୀପ କହିଛନ୍ତି। ଗଙ୍ଗାନଦୀ କୂଳରେ ଅଭ୍ୟାସ କରିବା ବେଳେ ନୂଆ ଧରଣର କଠିନତାର ସାମ୍ନା କରିବାକୁ ପଡିଥାଏ। ନଦୀପଟୁ ଯେତେବେଳେ ପବନ ବହିଥାଏ, ସେତେବେଳେ ବ୍ୟାଟ୍ସମ୍ୟାନ କ୍ରିଜ୍‌ରେ ତାଙ୍କର ସ୍ଥାନ ପରିବର୍ତ୍ତନ କରିବା ଭଳି ଲାଗେ ଓ ଏହାକୁ ଆଧାର କରି ଭିନ୍ନ ଧରଣର ବୋଲି˚ କରିଥାଏ। ତେଣୁ ଏହା ମୋତେ ଅଧିକ ଧ୍ୟାନ ଦେବାକୁ ବାଧ୍ୟ କରେ। ଏଭଳି ଅଭ୍ୟାସ ପିଲାଦିନରୁ କରିଆସୁଥିବା ସେ କହିଛନ୍ତି।

ଲୋକମାନେ ଲେଗ୍‌ ସ୍ପିନରଙ୍କ ଅପେକ୍ଷା ଜଣେ ଚାଇନାମ୍ୟାନ ବୋଲରଙ୍କ ଦକ୍ଷତାକୁ ଅଧିକ ପସନ୍ଦ କରିଥାନ୍ତି। ତାଙ୍କ ବୋଲି˚ରେ ଭିନ୍ନତା ଥିବାରୁ ଡାହାଣହାତୀ ବ୍ୟାଟ୍ସମ୍ୟାନଙ୍କୁ ଆଉଟ କରିବା ସହଜ ହୋଇଥାଏ। ଚାଇନାମ୍ୟାନ ବୋଲର ମୁଣ୍ତ ତଳକୁ କରି ବୋଲି˚ କରିଥାଏ। ତେଣୁ ତାଙ୍କୁ ଅନେକ କିଛି ମନରେ ଭାବିବାକୁ ପଡ଼ିଥାଏ। ତେଣୁ ଭିନ୍ନ ଧରଣର ବଲ୍‌ ପକାଇବା ବେଳେ ମୁଣ୍ତକୁ ସ୍ଥିର ରଖବାକୁ ପଡ଼ିଥାଏ। ଏଥିସହିତ ଭଲ ଦୃଷ୍ଟି ସହ ମୁଣ୍ତ ଓ ଶରୀରର ଉତ୍ତମ ସାମଞ୍ଜସ୍ୟ ରହିବା ଉଚିତ୍‌। ଯଦି ଶରୀରର ସନ୍ତୁଳନ ଠିକ୍‌ ରହିବନି, ତାହେଲେ ମୁଣ୍ତ ଏପଟସେପଟ ହେବ। ଯଦି ମୁଣ୍ତ ଡାହାଣକୁ ଚାଲିଯାଏ, ତାହେଲେ ଵାଇଡ୍‌ ବଲ୍‌ ପଡ଼ିଯାଇଥାଏ। ତେଣୁ ଏହି ସାମଞ୍ଜସ୍ୟ ଉପରେ ଏବେ କାମ ଚାଲିଥିବା କୁଲଦୀପ ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର