ମଜୁମଦାର ରାଜସ୍ଥାନ ରୟାଲ୍‌ସର ବ୍ୟାଟିଂ ପ୍ରଶିକ୍ଷକ

ଜୟପୁର: ଆଗାମୀ ଇଣ୍ଡିଆନ୍‌ ପ୍ରିମିୟର ଲିଗ୍‌ (ଆଇପିଏଲ୍‌) ଲାଗି ରାଜସ୍ଥାନ ରୟାଲ୍‌ସ ଅମୋଲ ମଜୁମଦାରଙ୍କୁ ବ୍ୟାଟିଂ ପ୍ରଶିକ୍ଷକ ଭାବେ ନିଯୁକ୍ତ କରିଛି। ମଜୁମଦାର ଦଳର କ୍ରିକେଟ୍‌ ମୁଖ୍ୟ ଜୁବିନ୍‌ ଭାରୁଚ ଏବଂ ବୋଲିଂ ପ୍ରଶିକ୍ଷକ ସାଇରାଜ ବାହୁତୁଲେଙ୍କ ସହ ମଙ୍ଗଳବାରଠୁ ସଓ୍ଵାଇ ମାନ୍‌ସିଂହ ଷ୍ଟାଡିୟମରେ ଆରମ୍ଭ ହୋଇଥିବା ପ୍ରଥମ ଶିବିରରେ ଯୋଗ ଦେଇଛନ୍ତି। ମୁମ୍ବାଇ ତାରକା ମଜୁମଦାର ହରିଆନା ବିପକ୍ଷ ପ୍ରି-କ୍ୱାର୍ଟର୍‌ ଫାଇନାଲ୍‌ରେ ୨୬୦ ରନ୍‌ କରି ପ୍ରଥମ ଶ୍ରେଣୀ କ୍ରିକେଟ୍‌ ପଦାର୍ପଣରେ ସର୍ବାଧିକ ସ୍କୋର୍‌ କରିବାର କୀର୍ତିମାନ କରିଥିଲେ। ସେ ୧୭୧ ପ୍ରଥମ ଶ୍ରେଣୀ କ୍ରିକେଟ୍‌ ଖେଳି ୩୦ ଶତକ, ୬୦ ଅର୍ଧଶତକ ସହ ୪୮.୧୩ ହାରାହାରିରେ ୧୧,୧୬୭ ରନ୍‌ କରିଛନ୍ତି।

ସମ୍ବନ୍ଧିତ ଖବର