୫ ଖେଳାଳିଙ୍କୁ ଏମ୍‌ବି ସ୍ମାରକୀ ସମ୍ମାନ

ଭୁବନେଶ୍ବର: ରାଜ୍ୟରେ ଗୁରୁ ଶିଷ୍ୟ ପରମ୍ପରାକୁ ଆଗକୁ ନେବା ଉଦ୍ଦେଶ୍ୟରେ ଆରମ୍ଭ ହୋଇଥିବା ଏମବି ସ୍ମାରକୀ କ୍ରୀଡ଼ା ପୁରସ୍କାରକୁ ଚଳିତ ବର୍ଷ ୫ ଜଣଙ୍କୁ ପ୍ରଦାନ କରାଯାଇଛି। ମୁକୁନ୍ଦ ବରାଳ ମେମୋରିଆଲ୍ ଟ୍ରଷ୍ଟ୍ ପକ୍ଷରୁ ଆୟୋଜିତ ଏହି ସମ୍ମାନକୁ ଲକ୍ଷ୍ମୀପ୍ରିୟା ଲେଙ୍କା (ଫୁଟ୍‌ବଲ୍‌), ସୁଶ୍ରୀ ମଧୁପ୍ରିୟା (କରାଟେ), ଶିବାନୀ ଜେନା (କୁସ୍ତି), ନିତ୍ୟା ମାଝୀ (ଜୁଡ଼ୋ)ଙ୍କୁ ପ୍ରଦାନ କରାଯାଇଥିଲା। ସେହିଭଳି ଉଦୀୟମାନ ଆଥଲେଟ୍‌ ମନୀଷା ମେରେଲଙ୍କୁ ଏମବି ମେମୋରିଆଲ୍-ଅନୁରାଧା ବିଶ୍ବାଳ ପୁରସ୍କାର ପ୍ରଦାନ କରାଯାଇଥିଲା। ଟ୍ରଷ୍ଟି ପୀୟୂଷ ମହାନ୍ତିଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ଉତ୍ସବରେ କ୍ରୀଡ଼ାମନ୍ତ୍ରୀ ତୁଷାରକାନ୍ତି ବେହେରା, ବିଧାୟକ ଅରବିନ୍ଦ ଢାଲି, ଶିକ୍ଷାବିତ୍ ଡକ୍ଟର ବଦ୍ରିନାଥ ପଟ୍ଟନାୟକ, କ୍ରୀଡ଼ା ଗୁରୁ ଡକ୍ଟର ହରି ପ୍ରସାଦ ପଟ୍ଟନାୟକ, କ୍ରୀଡ଼ା ପ୍ରଶାସକ ଇଂ ଚିତ୍ତରଂଜନ ସ୍ବାଇଁ ପ୍ରମୁଖ ଅତିଥି ଭାବେ ‌ଯୋଗ‌ ଦେଇଥିଲେ। ଟ୍ରଷ୍ଟର ଅଧ୍ୟକ୍ଷ ନବ ରଂଜନ ପଟ୍ଟନାୟକ, ସଭ୍ୟ ଦିଲୀପ କୁମାର ଦାସ,‌‌‌ ଗୌରୀଶଙ୍କର ମିଶ୍ର, କୈବଲ୍ୟ ବରାଳ, ସନ୍ତୋଷ କୁମାର ବରାଳ ଉପସ୍ଥିତ ଥିଲେ। ନିର୍ମାଲ୍ୟ ବରାଳ ଧନ୍ୟବାଦ ଅର୍ପଣ କରିଥିଲେ।

ସମ୍ବନ୍ଧିତ ଖବର