ଫିଫା ବିଶ୍ବକପ୍‌ ପରେ ମେସିଙ୍କ ଅବସର

ବୁଏନସ୍ ଏୟର୍ସ : ଫୁଟ୍‌ବଲ୍ ଦୁନିଆର ମହାନ ଖେଳାଳି ଆର୍ଜେଣ୍ଟିନା ଅଧିନାୟକ ଲିଓନେଲ୍ ମେସି ଚଳିତ ବର୍ଷର ଫିଫିା ବିଶ୍ବକପ୍‌ ପରେ ଅବସର ନେଇଯିବେ। କାତାର-୨୦୨୨ ବିଶ୍ବକପ୍‌ ମୋ ପାଇଁ ନିଶ୍ଚିତ ଶେଷ ବିଶ୍ବକପ୍‌ ବୋଲି ମେସି ବୋଲି ପ୍ରକାଶ କରିଛନ୍ତି। ମୁଁ ଗତବର୍ଷ ଯାହା କରିପାରିନଥିଲି ଏବର୍ଷ ଭଲ ଖେଳୁଛି। କିନ୍ତୁ ଏହା ନିଶ୍ଚିତ ଭାବେ ମୋର ଶେଷ ବିଶ୍ବକପ୍‌ ବୋଲି ୩୫ ବର୍ଷୀୟ ମେସି ପ୍ରକାଶ କରିଛନ୍ତି। ୨୦୦୭ ମସିହାରେ ଅନ୍ତର୍ଜାତୀୟ ପଦାର୍ପଣ କରିଥିବା ମେସି ଅଦ୍ୟାବଧି ମୋଟ ୧୬୪ ମ୍ୟାଚ୍‌ ଖେଳିଛନ୍ତି।

ସୂଚାନା‌ଯୋଗ୍ୟ, ୩୨ ଦେଶକୁ ନେଇ ଫିଫା ବିଶ୍ବକପ୍‌ ଚଳିତ ବର୍ଷ ନଭେମ୍ବର ୨୦ରୁ ଡିସେମ୍ବର ୧୮ ତାରିଖ ଯାଏଁ କାତାରର ୫ ସହର ୮ ଷ୍ଟାଡିୟମ୍‌ରେ ଅନୁଷ୍ଠିତ ହେବ।

ସମ୍ବନ୍ଧିତ ଖବର