ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଏବଂ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ମିନି ମାରାଥନ

ଭୁବନେଶ୍ୱର: ଜାତୀୟ ବିପର୍ଯ୍ୟୟ ହ୍ରାସ ଦିବସ ଓ ରାଜ୍ୟ ବିପର୍ଯ୍ୟୟ ପ୍ରସ୍ତୁତି ଦିବସ ଅବସରରେ ଓଡ଼ିଶା ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ (ଓସ୍‌ଡମା)ଏବଂ କ୍ରୀଡ଼ା ଓ ଯୁବ ସେବା ବିଭାଗର ମିଳିତ ଆନୁକୂଲ୍ୟରେ ମଙ୍ଗଳବାର ଏକ ମିନି ମାରାଥନ ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ କଳିଙ୍ଗ ଷ୍ଟାଡିୟମ୍‌ ଗେଟ୍‌ ନଂ- ୩ରୁ ଆରମ୍ଭ ହୋଇଥବା ବିପର୍ଯ୍ୟୟ ପ୍ରତିରୋଧ ନିମନ୍ତେ ଗୋଷ୍ଠୀ ସଶକ୍ତିକରଣ’ ଶୀର୍ଷକ ଏହି ମିନି ମାରାଥନକୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ଶ୍ରୀ ସୁଦାମ ମାର୍ଣ୍ଡି ଏବଂ ଇଲୋକେଫ୍ରାନିକ୍ସ ଓ ସୂଚନା ପ୍ରଯୁକ୍ତିବିଦ୍ୟା ଏବଂ କ୍ରୀଡ଼ା ଓ ଯୁବସେବା ମନ୍ତ୍ରୀ ତୁଷାରକାନ୍ତି ବେହେରା ପତାକା ଦେଖାଇ ଶୁଭାରମ୍ଭ କରିଥଲେ।

ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଲୋଡ଼ା ସଚେତନତା ଓ ଆଗୁଆ ସୂଚନା ସହିତ ସାମୂହିକ ଉଦ୍ୟମ ବଳରେ ବଡ଼ରୁ ବଡ଼ ବିପର୍ଯ୍ୟୟକୁ ସାମ୍ନା କରିବା ସମ୍ଭବପର। ଏହି ସଚେତନତା ଗଣଦୌଡ଼ ଭବିଷ୍ୟତରେ ବିପର୍ଯ୍ୟୟକୁ ମୁକାବିଲା କରିବାରେ ସହାୟକ ହେବ ବୋଲି ମନ୍ତ୍ରୀ ଶ୍ରୀ ମାର୍ଣ୍ଡି ମିନି ମାରାଥନ ଶୁଭାରମ୍ଭ ଅବସରେ କହିଥଲେ। ମୁଖ୍ୟମନ୍ତ୍ରୀଙ୍କ ସଠିକ୍‌ ସମୟୋପଯୋଗୀ ପଦକ୍ଷେପ ଯୋଗୁଁ ଆମେ ଫାଇଲିନ୍‌, ହୁଡ୍‌ହୁଡ୍‌ ଏବଂ ଫନି ଭଳି ବାତ୍ୟାକୁ ସଫଳ ମୁକାବିଲା କରିବାରେ ସମର୍ଥ ହୋଇ ପାରିଛୁ। ଭବିଷ୍ୟତରେ ବିପର୍ଯ୍ୟୟକୁ ମୁକାବିଲା କରିବା ପାଇଁ ଆମକୁ ଅଧକରୁ ଅଧକ ପ୍ରସ୍ତୁତ ହେବାକୁ ପଡ଼ିବ ବୋଲି ମନ୍ତ୍ରୀ ତୁଷାରକାନ୍ତି ବେହେରା କହିଥଲେ।

୧୯୯୯ ମସିହାରେ ଆମ ପାଖରେ ଆବଶ୍ୟକ ସଂସାଧନ ନଥବାରୁ କ୍ଷୟକ୍ଷତି ସଂଖ୍ୟା ଅଧକ ହୋଇଥଲା। ତେବେ ଏଥରୁ ଆମେ ଯଥେଷ୍ଟ ଶିକ୍ଷାଲାଭ କରି ସବୁପ୍ରକାର ପୂର୍ବପ୍ରସ୍ତୁତି, ସଚେତନତା ଏବଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ସଠିକ୍‌ ଉପଯୋଗ କରି ଆଜିର ଦିନରେ ବିପର୍ଯ୍ୟୟଜନିତ ଜନଜୀବନ କ୍ଷୟକୁ ଯଥେଷ୍ଟ କମାଇ ପାରିଛେ ବୋଲି ପ୍ରମୁଖ ଶାସନ ସଚିବ ତଥା ଓସ୍‌ଡମାର ପରିଚାଳନା ନିର୍ଦ୍ଦେଶକ ପ୍ରଦୀପ କୁମାର ଜେନା କହିଥଲେ। ଏହି ମିନି ମାରାଥନ କଳିଙ୍ଗ ଷ୍ଟାଡିୟମ୍ରୁ ବାହାରି ୱାର୍ଲଡ ଛକ,ୟୁନିଟ୍‌-୪ ହସ୍ପିଟାଲ ଛକ, ୧୨୦ ବାଟାଲିୟନ୍‌ ଛକ, ପାୱାରହାଉସ୍‌ ଛକ, ଗଭର୍ଣ୍ଣର ହାଉସ୍‌ ଛକରେ ପହଞ୍ଚିବା ପରେ ପୁଣି ପାୱାରହାଉସ୍‌ ଛକ, ୧୨୦ ବାଟାଲିୟନ୍‌ ଛକ,ୟୁନିଟ୍‌ -୪ ହସ୍ପିଟାଲ ଛକ, ୱାର୍ଲଡ ଛକ ଦେଇ ପ୍ରତ୍ୟାବର୍ତ୍ତନ କରି କଳିଙ୍ଗ ଷ୍ଟାଡିୟମରେ ପହଞ୍ଚି ଥଲା।

ସମ୍ବନ୍ଧିତ ଖବର