ଆଇପିଏଲ : ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ ୮୧ ରନ୍‌ରେ ପରାସ୍ତ କଲା ମୁମ୍ବାଇ

ଚେନ୍ନାଇ : ଚେନ୍ନାଇର ଏମଏ ଚିଦାମ୍ବରମ୍ ଷ୍ଟାଡିୟମଠାରେ ଖେଳାଯାଉଥିବା ଆଇପିଏଲ ୨୦୨୩ର ଏଲିମିନେଟର ମ୍ୟାଚରେ ଲକ୍ଷ୍ନୌକୁ ୮୧ ରନ୍‌ରେ ପରାସ୍ତ କରିଛି ମୁମ୍ବାଇ । ଦ୍ବିତୀୟ ପାଳିରେ ୧୮୩ ରନ୍‌ର ଲକ୍ଷ୍ୟକୁ ପିଛା କରି ଲକ୍ଷ୍ନୌ ୧୬.୧ ଓଭରରେ ସମସ୍ତ ୱିକେଟ ହରାଇ ୧୦୧ ରନ୍‌ କରିବାକୁ ସକ୍ଷମ ହୋଇଥିଲା । ଦଲ ପକ୍ଷରୁ ମାର୍କସ୍ ଷ୍ଟୋଇନିସ୍ ୪୦ ରନ୍ କରିଥିବା ବେଳେ କାଇଲ୍ ମାୟର୍ସ ୧୮ ରନ୍‌ ଓ ଦୀପକ ହୁଡା ୧୫ ରନ୍‌ କରିଥିଲେ । ଅନ୍ୟ କୌଣସି ବ୍ୟାଟ୍ସମ୍ୟାନ୍‌ ଦୁଇ ଅଙ୍କ ଛୁଇଁ ପାରିନଥିଲେ । ମୁମ୍ବାଇ ପକ୍ଷରୁ ପ୍ରଥମରୁ ଦମ୍‌ଦାର ବୋଲିଂ ସହ ଫିଲ୍ଡିଂ ଦେଖିବାକୁ ମିଳିଥିଲା । କ୍ରିସ୍ ଜୋର୍ଡାନ୍, ପୀୟୁଷ ଚାୱଲା ୧-୧ ୱିକେଟ ନେଇଥିବା ବେଳେ ଆକାଶ ମାଧୱାଲ ମାତ୍ର ୫ ରନ୍‌ ଦେଇ ୫ଟି ୱିକେଟ ନେଇଥିଲେ ଯାହା ଦ୍ବରା ମୁମ୍ବାଇକୁ ଏହି ମ୍ୟାଚ ଜିତିବାର ବାଟ ସହଜ ହୋଇଥିଲା।

ପ୍ରଥମ ପାଳିରେ ମୁମ୍ବାଇ ଟସ ଜିତି ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା । କିନ୍ତୁ ଦଳର ଦୁଇ ଓପନର ଭଲ ଆରମ୍ଭ କରିଥିଲେ ବି ବଡ଼ ସ୍କୋର କରିପାରିନଥିଲେ । ରୋହିତ ଶର୍ମା ମାତ୍ର ୧୧ରନ ଓ ଇଶାନ କିଷନ ୧୫ ରନ କରିଆଉଟ ହୋଇଥିଲେ । ତେବେ ଦଳର ମଧ୍ୟକ୍ରମ ଲଢୁଆ ବ୍ୟାଟିଂ କରି ଦଳୀୟ ସ୍କୋରକୁ ଏକ ଭଲ ସ୍ଥିତିକୁ ନେଇଯାଇଥିଲେ । କାମେରୁନ ଗ୍ରୀନ ୪୧ରନ ଓ ସୂର୍ଯ୍ୟକୁମାର ଯାଦବ ୩୩ ରନ କରିଥିଲେ । ସେହିପରି ତିଳକ ବର୍ମା ୨୬ ଓ ନିଲାହ ଓ୍ବାଧେରା ୨୩ରନର ଯୋଗଦାନ ଦେଇଥିଲେ । ଫଳରେ ଦଳ ୨୦ ଓଭରରେ ୮ ଓ୍ବିକେଟ ହରାଇ ୧୮୨ରନ କରିଥିଲା । ଲକ୍ଷ୍ନୌ ପକ୍ଷରୁ ନବୀନ ଉଲ ହକ ୪ଟି ଓ ଯଶ ଠାକୁର ୩ଟି ଓ୍ବିକେଟ ନେଇଥିଲେ ।

ଏହି ବିଜୟ ସହ ମୁମ୍ବାଇ ଶୁକ୍ରବାର କ୍ବାଲିଫାୟର-୧ର ବିଜେତା ଗୁଜରାଟ ଟାଇଟନ୍ସ ସହ ଫାଇନାଲ ପାଇଁ ଲଢେଇ କରିବ ।

 

ସମ୍ବନ୍ଧିତ ଖବର