ଜାତୀୟ ସୁନ୍ଦର ସ୍ୱାସ୍ଥ୍ୟ ଲାଗି ଓଡ଼ିଶା ଦଳର ପୁନେ ଯାତ୍ରା

ଭୁବନେଶ୍ୱର: ପୁନେରେ ଶୁକ୍ରବାରଠୁ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତା ଆରମ୍ଭ ହେବାକୁ ଯାଉଛି। ଏଥିଲାଗି ୧୯ ଜଣିଆ ଓଡ଼ିଶା ଦଳ ଗୁରୁବାର ଗୁରୁବାର ପୁନେ ଯାତ୍ରା କରିଛି। ଏଥିରେ ୪ ଜଣ ଅଫିସିଆଲ୍‌ ଏବଂ ବିଚାରକ ରହିଛନ୍ତି। ଜାତୀୟ ସ୍ୱର୍ଣ୍ଣ ପଦକ ବିଜେତା ଅନିଲ ଗୋଛିକାର, ସତ୍ୟଜିତ୍‌ ପ୍ରତିହାରୀ, ବଲାଲ୍‌ ଖାନ୍‌, ରଶ୍ମିରଂଜନ ସାହୁ, ଛୁଟ୍‌କୁ ଦତ୍ତ, ସୁପ୍ରତିଭ ଖୁଣ୍ଟିଆ, ବ୍ରଜବନ୍ଧୁ ସୁଆର, ବିଜୟ କୁମାର ମନ୍ତ୍ରୀ, ରାଜେଶ କୁମାର ତେମୁରକର୍‌, ସଂଜୟ ସାହୁ ଏବଂ ବିକାଶ ସାହୁ। ମେନ୍‌ ଫିଟ୍‌ନେସ୍‌ ପାଇଁ ରମନ ରଂଜନ ସିଂହ, ଅଭିଜିତ ଦାସ, ଶୁଭମ୍‌ ମିଶ୍ର, ପଙ୍କଜ ପ୍ରତିହାରୀ ଏବଂ ପୁପୁନ ସ୍ୱାଇଁ ଏହି ଗସ୍ତ କରିଛନ୍ତି। ଊମାଚରଣ ଶତପଥୀ ପ୍ରବନ୍ଧକ, ଏସ୍‌ ରାଜେଶ ବାବୁ ଆଚାରୀ ପ୍ରଶିକ୍ଷକ ଏବଂ ବିଚାରକ ସୁମିତ୍ରା ତ୍ରିପାଠୀ ଓ ଅଜୟ କୁମାର ମହାପାତ୍ର ଯାତ୍ରା କରିଛନ୍ତି। ସଂଘର ସଭାପତି ଚିତ୍ତ ରଂଜନ ସ୍ୱାଇଁ, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ସହସମ୍ପାଦକ ବିଜୟ କୁମାର ଦାସ, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, ବାବୁଲି ସ୍ୱାଇଁ, ବେଣୁଗୋପାଳ ରାଓ, ଜିତେନ୍ଦ୍ର କୁମାର ଜେନା, ବିବେକାନନ୍ଦ ବାରିକ ଖେଳାଳିମାନଙ୍କୁ ଶୁଭେଚ୍ଛା ଜଣାଇଥିଲେ।

ସମ୍ବନ୍ଧିତ ଖବର