ଜାତୀୟ ବିଶ୍ୱବିଦ୍ୟାଳୟ କିକ୍‌ ବକ୍ସିଂରେ କିଟ୍‌କୁ ୬ ପଦକ

ଭୁବନେଶ୍ୱର: ଜାତୀୟ ବିଶ୍ୱବିଦ୍ୟାଳୟ କିକ୍‌ ବକ୍ସିଂରେ କିଟ୍‌ ୬ କାଂସ୍ୟ ପଦକ କରାୟତ କରିଛି। ପ୍ରଥମ ଥର ଲାଗି ବିଶ୍ୱବିଦ୍ୟାଳୟ କ୍ରୀଡ଼ାରେ ସାମିଲ ହୋଇଥିବା କିକ୍‌ ବକ୍ସିଂ ପ୍ରତିଯୋଗିତା ପଞ୍ଜାବ ବିଶ୍ୱବିଦ୍ୟାଳୟ ଆନୁକୂଲ୍ୟରେ ପାତିଆଲାରେ ଆୟୋଜିତ ହୋଇଥିଲା। ଏହି ପ୍ରତିଯୋଗିତାରେ କିଟ୍‌ରୁ ୭ (୫ ବାଳିକା, ୨ ବାଳକ) ଜଣ ଅଂଶଗ୍ରହଣ କରିଥିଲେ। ଏମାନଙ୍କ ମଧ୍ୟରୁ ୫ ବାଳିକା ଏବଂ ଜଣେ ବାଳକ କାଂସ୍ୟ ପଦକ ଜିତିବାରେ ସଫଳ ହୋଇଥିଲେ। ମହିଳା ବର୍ଗର ୫୦ କେଜି କିକ୍‌ ଲାଇଟ୍‌ରେ ଅମାନ୍ତି ତିମାକା, ୫୫ କେଜି କିକ୍‌ ଲାଇଟ୍‌ରେ ପ୍ରେନଲିସା ଥାଓସେନ, ୫୦ କେଜି ଲୋ କିକ୍‌ ମାମିନା ସେଦା, ୪୮ କେଜି ଫୁଲ୍‌ କଣ୍ଟାକ୍ଟ୍‌ରେ ନିରୁପମା ନାୟକ ଏବଂ ୫୦ କେଜି ପଏଣ୍ଟ୍‌ ଫାଇଟ୍‌ରେ ସଂଜିତା ଧଙ୍ଗାଦାମାଝି କାଂସ୍ୟ ପଦକ ଜିତିଥିଲେ। ପୁରୁଷ ୬୯ କେଜି କିକ୍‌ ଲାଇଟ୍‌ରେ ସେଖ୍‌ ତୌସିଫ୍‌ ବାକର କାଂସ୍ୟ ପଦକ ପାଇଥିଲେ।

ସମ୍ବନ୍ଧିତ ଖବର