ଜାତୀୟ ଫେନ୍ସିଂ ଉଦ୍‌ଘାଟିତ ଭାଗନେଲେ ୧୩୦୦ ଖେଳାଳି

କଟକ: ଜବାହାରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମରେ ବୁଧବାରଠୁ ଜାତୀୟ ଫେନ୍ସିଂ ପ୍ରତିଯୋଗିତା ଆରମ୍ଭ ହୋଇଛି। ପ୍ରଥମ ଦିନ ୧୪ ବର୍ଷରୁ କମ୍‌ ବାଳିକା ବିଭାଗlର ମହାରାଷ୍ଟ୍ରର କସିସ୍‌ ଦୀପକ ଭରାଦ ବିଜେତା ହୋଇଛନ୍ତି। ସେ ଫାଇନାଲ୍‌ରେ ମଣିପୁରର ଲାବି ଦେବୀଙ୍କୁ ୧୫-୬ରେ ପରାସ୍ତ କରିଥିଲେ। ଏହି ବିଭାଗରେ ଓଡ଼ିଶାର ପୁନା ରାଣୀ ବାରିହା ୫୮, ଜ୍ୟୋତିକା ସେଠ ୬୩, ରୁକମଣୀ କୁମ୍ଭାର ୬୪ତମ ସ୍ଥାନରେ ରହିଥିଲେ। ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ପ୍ରତିଯୋଗିତାକୁ ଉଦ୍‌ଘାଟନ କରିଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଭାରତୀୟ ଫେନ୍ସିଂ ସଂଘର ସଭାପତି ରାଜୀବ ମେହେତା, ରାଜ୍ୟ ଫେନ୍ସିଂ ସଂଘ ସଭାପତି ଅନଙ୍ଗ ଉଦୟ ସିଂହଦେଓ, ସମ୍ପାଦକ ଦେବେନ୍ଦ୍ର ସାହୁ, କାର୍ଯ୍ୟକାରୀ ସଭାପତି ପ୍ରଦୀପ କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ। ଏହି ପ୍ରତିଯୋଗିତାରେ ୨୯ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରୁ ପ୍ରାୟ ୧୩୦୦ ଖେଳାଳି ଓ ମ୍ୟାଚ୍‌ ପରିଚାଳନା ଅଧିକାରୀ ଯୋଗ ଦେଇଛନ୍ତି। ୧୬ ତାରିଖରେ ପ୍ରତିଯୋଗିତା ଉଦ୍‌ଯାପିତ ହେବ।

ସମ୍ବନ୍ଧିତ ଖବର