ଜାତୀୟ ଓପନ ଦୌଡ଼କୁଦ: ୨୦୦ ମିଟର ଫାଇନାଲ୍‌ରେ ଦୂତି

କଟକ: ରାଞ୍ଚିଠାରେ ଚାଲିଥିବା ଜାତୀୟ ଓପନ ଦୌଡ଼କୁଦରେ ମହିଳା ୧୦୦ ମିଟରରେ ଜାତୀୟ କୀର୍ତ୍ତିମାନ ରଚିଥିବା ଓଡ଼ିଆ ଝିଅ ଦୂତି ଚାନ୍ଦ ଶନିବାର ୨୦୦ ମିଟର ଫାଇନାଲ୍‌ରେ ପ୍ରବେଶ କରିଛନ୍ତି। ଦୂତି ୨୦୦ ମିଟର ହିଟ୍‌ସରେ ୨୩.୮୯ ସେକେଣ୍ତ ସମୟ ନେଇ ଏହି ଯୋଗ୍ୟତା ଅର୍ଜନ କରିଛନ୍ତି। ରବିବାର ଫାଇନାଲ୍‌ ଅନୁଷ୍ଠିତ ହେବ। ଅନ୍ୟପକ୍ଷରେ ପୁରୁଷ ୨୦୦ ମିଟର ଦୌଡ଼ରୁ ଅମିୟ ମଲ୍ଲିକ ଅ˚ଶଗ୍ରହଣ କରିନଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର