ନୂଆଦିଲ୍ଲୀ: ଭାରତୀୟ ଦ୍ରୁତଗାମୀ ବୋଲର ଆଶିଷ ନେହେରା ଅନ୍ତର୍ଜାତୀୟ କ୍ରିକେଟରୁ ବିଦାୟ ନେବେ ବୋଲି ନିଷ୍ପତ୍ତି ନେଇଛନ୍ତି। ନୂଆଦିଲ୍ଲୀର ଫିରୋଜ ଶାହା କୋଟଲା ଷ୍ଟାଡିୟମରେ ଆଗାମୀ ନଭେମ୍ବର ୧ରେ ଭାରତ-ନ୍ୟୁଜିଲାଣ୍ଡ ମଧ୍ୟରେ ଖେଳାଯିବାକୁ ଥିବା ଟି-୨୦ ଶୃଙ୍ଖଳାର ପ୍ରଥମ ମ୍ୟାଚ ପରେ ଅନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ନେବେ ବୋଲି ନେହେରା ଏକ ନିଦ୍ଧିଷ୍ଟ ଜାତୀୟ ଗଣମାଧ୍ୟମରେ ବୁଧବାର ଖବର ପ୍ରକାଶ ପାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ବିସିସିଆଇର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି, ୩୮ ବର୍ଷିଅ ନେହେରା ତାଙ୍କର ନିଷ୍ପତ୍ତି ବାବଦରେ ମୁଖ୍ୟକୋଚ ରବି ଶାସ୍ତ୍ରୀ ଓ ଟିମ୍ ଇଣ୍ଡିଆର ଅଧିନାୟକ ବିରାଟ କୋହଲିଙ୍କ ସହିତ ଆଲୋଚନା କରିଛନ୍ତି। ଇଣ୍ଡିଆନ ପ୍ରିମିୟର ଲିଗର ଆଗାମୀ ସଂସ୍କରଣରେ ନେହେରା ଖେଳିବେ ନାହିଁ। ୧୯୯୯ରେ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ମୋହମ୍ମଦ ଆଝାରୁଦ୍ଦିନଙ୍କ ସହିତ ଖେଳିଥିବା ନେହେରା ଏପର୍ଯ୍ୟନ୍ତ ୧୭ଟି ଟେଷ୍ଟ, ୧୨୦ଟି ଦିନିକିଆ ଓ ୨୬ଟି ଟି-୨୦ ଅନ୍ତର୍ଜାତୀୟ ଖେଳିଛନ୍ତି। ସେହିଭଳି ସେ ଟେଷ୍ଟ ମ୍ୟାଚରେ ୪୪ଟି, ଦିନିକିଆରେ ୧୫୭ଟି ଓ ଟି-୨୦ରେ ୩୪ଟି ଓ୍ଵିକେଟ ନେଇଛନ୍ତି।
ରବି ଶାସ୍ତ୍ରୀ ଓ ବିରାଟ କୋହଲିଙ୍କ କହିଛନ୍ତି, ନଭେମ୍ବର ୧ରେ ଖେଳାଯିବାକୁ ଥିବା ଭାରତ-ନ୍ୟୁଜିଲାଣ୍ଡ ଟି-୨୦ ପରେ ସେ ଆଉ ଅନ୍ତର୍ଜାତୀୟ ମ୍ୟାଚ ଖେଲିବେ ନାହିଁ। ପୂର୍ବରୁ ସେ ଶ୍ରୀଲଙ୍କା ସହିତ ଘରୋଇ ପଡ଼ିଆରେ ଖେଳିବାକୁ ଚାହୁଁଥିଲେ। କିନ୍ତୁ ବର୍ତମାନ ନେହେରା ଅନ୍ତର୍ଜାତୀୟ ମ୍ୟାଚରୁ ବିଦାୟ ନେବା ଠିକ୍ ସମୟ ବୋଲି ମନେ କରିଛନ୍ତି। ଭୁବନେଶ୍ୱର କୁମାର ଓ ଯଶପ୍ରିତ ବୁମରା ଭଲ ପ୍ରଦର୍ଶନ କରୁଛନ୍ତି। ସେମାନେ ଆଗକୁ ମଧ୍ୟ ଏହା ଜାରି ରଖନ୍ତୁ ବୋଲି ସେ କହିଛନ୍ତି। ଟି-୨୦ ମ୍ୟାଚରେ ଭୁବି ତାଙ୍କର ପ୍ରଦର୍ଶନରେ ଉନ୍ନତି ଆଣିଛନ୍ତି।
ଆଶିଷ ନେହେରାଙ୍କ ଶ୍ରେଷ୍ଠ ପ୍ରଦର୍ଶନ
- ୨୦୦୩ ବିଶ୍ୱକପ ଡର୍ବାନରେ ଇଂଲଣ୍ଡ ବିପକ୍ଷରେ ୨୩ ରନ୍ ଦେଇ ୬ଟି ଓ୍ଵିକେଟ ହାସଲ।
- ୨୦୧୧ ବିଶ୍ୱ କପ୍ର ଅନ୍ୟତମ ସଦସ୍ୟ। ସେମିଫାଇନାଲରେ ପାକିସ୍ତାନ ବିପକ୍ଷରେ ଉନ୍ନତ ପ୍ରଦର୍ଶନ।
- ଆଇପିଏଲର କିଛି ଫ୍ରାଞ୍ଚାଇଜ ନେହେରାକୁ ବୋଲିଂ କୋଚ ଭାବରେ ନିଯୁକ୍ତ କରିବାକୁ ଚାହାନ୍ତି।