ରାଜ୍ୟ ସୁନ୍ଦରସ୍ବାସ୍ଥ୍ୟ ପ୍ରତିଯୋଗିତା: ରଶ୍ମିରଂଜନ ‘ମିଷ୍ଟର୍‌ ଓଡ଼ିଶା’, ମହିଳା ବର୍ଗରେ ଜ୍ୟୋତ୍ସ୍ନାରାଣୀ ବିଜୟିନୀ

ଭୁବନେଶ୍ବର : ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ସଂଘ (ଓବିବିଏ) ପକ୍ଷରୁ ଅଷ୍ଟାଦଶ ରାଜ୍ୟ ସୁନ୍ଦର ସ୍ବାସ୍ଥ୍ୟ ପ୍ରତିଯୋଗିତା ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି। ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ପ୍ରାୟ ୨୦୦ ପ୍ରତିଯୋଗୀ ଭାଗ ନେଇଥିବାବେଳେ ଭୁବନେଶ୍ବରର ରଶ୍ମିରଂଜନ ସାହୁ ମିଷ୍ଟର୍‌ ଓଡ଼ିଶା ମୁକୁଟ ବିଜେତା‌ ହୋଇଛନ୍ତି। ୯୦ କିଲୋଗ୍ରାମ ବର୍ଗରେ ରଶ୍ମି ବିଜେତା ହୋଇଥିବାବେଳେ ରାୟଗଡ଼ାର ନିରୋଜ ପାଢ଼ୀ ଓ ଓଡ଼ିଶା ପୁଲିସ୍‌ର ସୁବାଷ ପରବର୍ତୀ ୨ ଶ୍ରେଷ୍ଠ ବିବେଚିତ ହୋଇଥିଲେ। ୧୦୦ କିଲୋଗ୍ରାମରେ ଭୁବନେଶ୍ବରର କୁମାର ଭରତ, ପୁରୀର ଅଭିଜିତ ଜେନା, ବଲାଙ୍ଗୀରର ରାଜେଶ ପ୍ରଧାନ ପ୍ରଥମ ୩ ସ୍ଥାନରେ ରହିଥିଲେ।

ଅନ୍ୟ ଓଜନ ବର୍ଗ ଗୁଡିକରେ ୫୫ କିଲୋଗ୍ରାମରେ ପୁରୀର ସଂଜିତ ବେହେରା, ଭୁବନେଶ୍ବରର ଶୁଭକାନ୍ତ ମଲ୍ଲିଆ ଏବଂ ୬୦ କିଲୋଗ୍ରାମରେ ଗଞ୍ଜାମର ଚନ୍ଦନ କୁମାର ସାହୁ, କଟକର ମନୋଜ କୁମାର ପ୍ରଧାନ, ଜଗତସିଂହପୁରର ସୌର ଅମ୍ଳାନ ଜ୍ୟୋତି ମହାନ୍ତି ଶ୍ରେଷ୍ଠ ୩ ବିବେଚିତ ହୋଇଥିଲେ। ୬୫ କିଲୋଗ୍ରାମରେ ଭୁବନେଶ୍ବରର ବିଚିତ୍ର ନାୟକ, ରୋହନ ଦିଗଲ, ପୁରୀର ରାଜେଶ କୁମାର ପାଢ଼ୀ, ୭୦ କିଲୋଗ୍ରାମରେ ପୁରୀର ବାଦଲ ସାମନ୍ତରାୟ, ଭୁବନେଶ୍ବରର କ୍ରିଷ୍ଣା ମହାପାତ୍ର, ଅନୁଗୁଳର ତୋଫାନ କୁମାର ରାଉତ, ୭୫ କିଲୋଗ୍ରାମରେ ପୁରୀର ଅନିଲ ଗୋଚ୍ଛିକାର, ଭୁବନେଶ୍ବରର ଜଗନ୍ନାଥ ଖୁଣ୍ଟିଆ, ଭୁବନେଶ୍ବରର ଅମିତ କୁମାର ଭୂୟାଁ, ୮୦ କିଲୋଗ୍ରାମରେ ବରଗଡ଼ର ଭବାନୀ ଶଙ୍କର ପୃଷ୍ଟି, ପୁରୀର ଲୋକନାଥ ମୁନିରସ୍ତ, ବିଶ୍ବରଂଜନ କର, ୮୫ କିଲୋଗ୍ରାମରେ ଜଗତସିଂହପୁରର ଅମିୟ କୁମାର ସେଠୀ, ଭୁବନେଶ୍ବରର ବାପି ସାହୁ, ଗଞ୍ଜାମର ବିକାଶ ଚନ୍ଦ୍ର ବେହେରା ପ୍ରଥମ ୩ ସ୍ଥାନରେ ରହି ପୁରସ୍କୃତ ହୋଇଥିଲେ। ମହିଳା ଫିଟ୍‌ନେସ୍ ବିଭାଗରେ ଜ୍ୟୋତ୍ସ୍ନାରାଣୀ ରାଉତରାୟ, ଅନୁଗୁଳର ଶିବାନୀ ଦାଶ ଏବଂ ଭୁବନେଶ୍ବରର ପ୍ରଯକ୍ତା ଦାସ ଯଥାକ୍ରମେ ପ୍ରଥମ, ଦ୍ବିତୀୟ ଓ ତୃତୀୟ ସ୍ଥାନ ଦଖଲ କରି ଆକର୍ଷଣରେ ରହିଥିଲେ।
ଉଦ୍‌ଯାପନୀ ଉତ୍ସବରେ ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ବିଧାୟକ ଅନନ୍ତ ନାରାୟଣ ଜେନା, ବିଜେଡ଼ି ଭୁବନେଶ୍ବର ଜିଲ୍ଲା କାର୍ଯ୍ୟକାରୀ ସଭାପତି ବିରଞ୍ଚିନାରାୟଣ ମହାସୂପକାର, ଆଇପିଏସ୍‌ ସନ୍ତୋଷ ବାଲା, ବିବିଏ ସଭା‌ନେତ୍ରୀ ସୁମିତ୍ରା ତ୍ରିପାଠୀ, ସାଧାରଣ ସମ୍ପାଦକ ପ୍ରସନ୍ନ କୁମାର ମହାସୁଆର, ଯୁଗ୍ମ ସମ୍ପାଦକ ପ୍ରଫୁଲ୍ଲ ଗୁରୁ, ଲିଙ୍ଗରାଜ ସେନା ସଭାପତି ରାଜେନ୍ଦ୍ର କୁମାର ସମର୍ଥା, ସମ୍ପାଦକ ବିରଞ୍ଚି ନାରାୟଣ ପତି, କାର୍ଯ୍ୟକାରୀ ସଭାପତି ଅଞ୍ଚଳ ବଟୁ, କୋଷାଧ୍ୟକ୍ଷ କମଳାକାନ୍ତ ବଟୁଙ୍କ ତତ୍ବାବଧାନରେ ଏହା ପରିଚାଳିତ ହୋଇଥିଲା। ଉପସଭାପତି ବାବୁଲି ସ୍ବାଇଁ, ତରୁଣ ଚାଟାର୍ଜୀ, ଉମାଚରଣ ଶତପଥୀ, ନବପ୍ରୀତ୍ ଆରୋରା, ନାରାୟଣ ବେହେରା, ଭାରତୀକୃଷ୍ଣ ବ୍ରହ୍ମା, ଭବାନୀ ଶଙ୍କର ସାହୁ, ରାଜକିଶୋର ମଲ୍ଲିଆ ପ୍ରମୁଖ ବିଚାରକ ଭୂମିକାରେ ରହିଥିଲେ।

ସମ୍ବନ୍ଧିତ ଖବର