ଓଡ଼ିଶା ବାଳିକା ହକି ଦଳର ଝାଡ଼ଖଣ୍ଡ ଗସ୍ତ

‘ହକି ଓଡ଼ିଶା’ର ୱେବ୍‌ସାଇଟ୍‌ ଉନ୍ମୋଚିତ

ରାଉରକେଲା: ଝାଡ଼ଖଣ୍ଡର ସିମଡେଗାଠାରେ ଆଜିଠାରୁ ଆରମ୍ଭ ହୋଇଥିବା ଏକାଦଶ ଉପକନିଷ୍ଠ ଜାତୀୟ ବାଳିକା ହକି ପ୍ରତିଯୋଗିତା ୯ ଦିନ ପର୍ଯ୍ୟନ୍ତ, ଅର୍ଥାତ୍‌ ୧୮ ତାରିଖ ଯାଏଁ ଚାଲିବ। ଏଥିରେ ୨୬ଟି ରାଜ୍ୟ ଅଂଶଗ୍ରହଣ କରିବେ। ପାନପୋଷ କ୍ରୀଡ଼ା ଛାତ୍ରାବାସରେ ରାଜ୍ୟ ଦଳ ଚୟନ ପାଇଁ ଟ୍ରାଏଲ୍‌ କ୍ୟାମ୍ପ୍‌ ଅନୁଷ୍ଠିତ ହୋଇଥିଲା। ଏଥିରୁ ଶ୍ରେଷ୍ଠ ୧୮ ଖେଳାଳିଙ୍କୁ ଚୟନ କରାଯାଇଛି। ପ୍ରତିଯୋଗିତାରେ ଭାଗନେବାକୁ ଓଡ଼ିଶା ଦଳ ଆଜି ସିମଡେଗା ଅଭିମୁଖେ ବାହାରିଛି।

ଓଡ଼ିଶା ଦଳ: ଏଞ୍ଜିଲ ହର୍ଷରାଣୀ ମିଞ୍ଜ୍‌, ଅମୀଷା କୁଲ୍ଲୁ, ସୋନାଲୀ ଏକ୍କା, ରୋଜମେରୀ ଖାଲଖୋ, ନୀଶା ଡାଡେଲ, ବୀନତି ମିଞ୍ଜ, ପ୍ରେମଶୀଳା ବାଗେ, ଦୀପିକା ବରୁଆ, କରୁଣା ମିଞ୍ଜ, ସୁରେଖା ବାହାଳା, ଅମୀଷା ଏକ୍କା, ପ୍ରିୟଙ୍କା କୁଜୁର, ଜ୍ୟୋତି ଖାଖା, ଆନନ୍ଦିତା ଟପ୍ପୋ, ରମ୍ଭା କୁଜୁର, ମୋନିକା ତିର୍କୀ, ରେଶ୍ମା ଟପ୍ପୋ ଓ କନୀକା କେର୍କେଟା। ପ୍ରଶିକ୍ଷକ: ଫ୍ଲୋରେନ୍ସିଆ ଏକ୍କା, ପ୍ରବନ୍ଧକ: ସେଲୀ ସୁମନ ସ୍ବାଇଁ।

ଭୁବନେଶ୍ବର: ହକି ଓଡ଼ିଶାର ୱେବ୍‌ସାଇଟ୍‌ www.hockeyodisha.in ମଙ୍ଗଳବାର ଉନ୍ମୋଚିତ ହେଇଛି। ବାରବାଟୀ ଷ୍ଟାଡିୟମ୍‌ସ୍ଥିତ ଗେ‌ଷ୍ଟ୍‌ ହାଉସ୍‌ରେ ମଙ୍ଗଳବାର ଆୟୋଜିତ ସଂଘର ସାଧାରଣ ସଭା ଅବସରରେ ଏହାର ଉନ୍ମୋଚନ କରାଯାଇଥିଲା। ନ୍ୟାୟମୂର୍ତ୍ତି ଏ.ଏସ୍‌. ନାଇଡ଼ୁଙ୍କ ପୌରୋହିତ୍ୟରେ ଆୟୋଜିତ ଏହି ସଭାରେ ସମ୍ପାଦକ ପ୍ରତାପ ଶତପଥୀ ବାର୍ଷିକ ରିପୋର୍ଟ ପ୍ରଦାନ କରିଥିଲେ। ନୂଆ ଭାବେ ହକି ଓଡ଼ିଶା ସହ ୬ ଜିଲ୍ଲା ସଂଘ ବରଗଡ଼, ଝାରସୁଗୁଡ଼ା, ସୁବର୍ଣ୍ଣପୁର, ନୟାଗଡ଼, କେନ୍ଦୁଝର, ରାୟଗଡ଼ା ଅନୁବନ୍ଧିତ କରାଯାଇଥିବା ନେଇ ସମ୍ବାଦକୁ ସୂଚନା ଦେଇଥିଲେ। ସଭାରେ ଉପସଭାପତି ଉମାକାନ୍ତ ନନ୍ଦ, ଶ୍ରୀମନ୍ତ ସାହୁ, ଆନନ୍ଦିନୀ ଦର୍ଜୀ, ତ୍ରିଷ୍ଣା ଗୋସ୍ବାମୀ, ଯୁଗ୍ମ ସମ୍ପାଦକ ପ୍ରଣବ କି‌ଶୋର ପଟ୍ଟନାୟକ, ମମତା ସ୍ବାଇଁ, ସାଇ ପଦ୍ମଜିତା ମହାପାତ୍ର, ପ୍ରବୀର କୁମାର ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର