ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌: ମାଲେସିଆ-ପାକିସ୍ତାନ ମ୍ୟାଚ ୧-୧ରେ ଡ୍ର

ଭୁବନେଶ୍ୱର: ପୁରୁଷ ହକି ବିଶ୍ୱକପ୍‌ର ମାଲେସିଆ-ପାକିସ୍ତାନ ମ୍ୟାଚ ବୁଧବାର ୧-୧ରେ ଡ୍ର ହୋଇଛି। ଉଭୟ ମାଲେସିଆ ଏବଂ ପାକିସ୍ତାନର ଖେଳାଳିମାନେ ଲଢୁଆ ମନୋଭାବ ନେଇ ପଡ଼ିଆକୁ ଓହ୍ଲାଇଥିଲେ। ପ୍ରଥମେ ପାକିସ୍ତାନ ଗୋଲ ଦେଇଥିବା ବେଳେ କିଛି ସମୟ ମଧ୍ୟରେ ମାଲେସିଆ ଏକ ଗୋଲ ଦେଇ ମ୍ୟାଚ ସମାନ ସ୍ତରକୁ ଆଣିଥିଲା।

ଓଡ଼ିଶା ପୁରୁଷ ହକି ବିଶ୍ୱକପ୍‌ର ପଞ୍ଚଦଶ ମ୍ୟାଚରେ ନେଦରଲାଣ୍ଡସ୍‌ ବିରୋଧରେ ଜର୍ମାନୀ ୪-୧ ଗୋଲରେ ବିଜୟୀ ହୋଇଛି। ଆରମ୍ଭରୁ ସଫଳ ରଣନୀତି ପ୍ରସ୍ତୁତ କରିଥିବା ଜର୍ମାନୀ ବୁଧବାର ଆକ୍ରମଣାତ୍ମକ ଭାବରେ ଖେଳିଛି। କଳିଙ୍ଗ ଷ୍ଟାଡିୟମରେ ବୁଧବାର ସନ୍ଧ୍ୟା ୫ଟାରୁ ଆରମ୍ଭ ହୋଇଥିବା ମ୍ୟାଚରେ ଜର୍ମାନୀର ଖେଳାଳିମାନେ ସକ୍ରିୟ ଥିଲେ। ଦର୍ଶକପୂର୍ଣ୍ଣ ହକି ଗ୍ରାଉଣ୍ଡରେ ଖେଳାଳିମାନେ ପୂର୍ବ ଯୋଜନା ଅନୁସାରେ ଖେଳିଥିଲେ। ଜର୍ମାନୀ ୪ଟି ଗୋଲ ଦେଇଥିବା ବେଳେ ନେଦରଲାଣ୍ଡସ୍‌ କେବଳ ଗୋଟିଏ ଗୋଲ ଦେଇ ପାରିଛି।

ସମ୍ବନ୍ଧିତ ଖବର