ଓଡ଼ିଶା କବାଡ଼ି ଦଳର ଅଯୋଧ୍ୟା ଯାତ୍ରା

କଟକ: ଉତ୍ତରପ୍ରଦେଶର ଅଯୋଧ୍ୟାଠାରେ ଆସନ୍ତା ୧୩ରୁ ୧୬ ତାରିଖ ପର୍ଯ୍ୟନ୍ତ ୬୮ତମ ଜାତୀୟ ବରିଷ୍ଠ ପୁରୁଷ କବାଡ଼ି ପ୍ରତିଯୋଗିତା ଅନୁଷ୍ଠିତ ହେବ। ଏଥିପାଇଁ ଓଡ଼ିଶା ଦଳ ରବିବାର ଅଯୋଧ୍ୟା ଅଭିମୁଖେ ଯାତ୍ରା କରିଛି। ସରୋଜ କୁମାର ସେଠୀଙ୍କ ନେତୃତ୍ବରେ ଯାଇଥିବା ଏହି ଦଳରେ ସୁଶାନ୍ତ କୁମାର ସାମଲ, ଦେବୀପ୍ରସାଦ ଦାସ, ସ୍ବାଧୀନ ମେହେର, ରଶ୍ମିରଂଜନ ରାଉତ, ପରେଶଚନ୍ଦ୍ର ରାଉତ, ସୁଜିତ ସୋଏ, ରଂଜନ କୁମାର ପ୍ରଧାନ, ଅନିଲ କୁମାର ସ୍ବାଇଁ, ଶ୍ରୀତମ ସେନାପତି, ପ୍ରକାଶ ପଲେଇ, ଜିତେନ୍ଦ୍ର ସ୍ବାଇଁ ସ୍ଥାନ ପାଇଛନ୍ତି। କେ ମାଧବ ରାଓ ମୁଖ୍ୟ ପ୍ରଶିକ୍ଷକ, ମଳୟ କୁମାର ରାଉତ ପ୍ରବନ୍ଧକ ଭାବେ ଦଳ ସହିତ ଯାତ୍ରା କରିଛନ୍ତି। ସେହିପରି ପ୍ରତିଯୋଗିତା ପରିଚାଳନା ପାଇଁ ସସ୍ମିତା ଦାସ, ପ୍ରଦୀପ କୁମାର ସାହୁ ମଧ୍ୟ ଓଡ଼ିଶା ଦଳ ସହିତ ଅଯୋଧ୍ୟା ଯାଇଥିବା ରାଜ୍ୟ କବାଡ଼ି ସଂଘର ସାଧାରଣ ସମ୍ପାଦକ ଅଜୟ କୁମାର ବେହେରା ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର