ଜାତୀୟ ହ୍ବିଲ୍‌ ଚେୟାର ଅସିଚାଳନା, ଓଡ଼ିଶାକୁ ୪ ପଦକ

ଭୁବନେଶ୍ବର: ଚଳିତ ଜାତୀୟ ହ୍ବିଲ୍‌ ଚେୟାର ଅସିଚାଳନା ପ୍ରତିଯୋଗିତାରେ ଓଡ଼ିଶା ଖେଳାଳି ୨ ଲେଖାଏଁ ‌ସ୍ବର୍ଣ୍ଣ ଓ ରୌପ୍ୟ ସହ ମୋଟ ୪ ପଦକ ଜିତିଛନ୍ତି। ରବିବାର ପୁରୁଷ ଫଏଲ୍‌ ଏ ବର୍ଗରେ ଭି ରମେଶ ରାଓ ସ୍ବର୍ଣ୍ଣ ଜିତିଥିଲା ବେଳେ ବି ବର୍ଗରେ ପ୍ରଫୁଲ୍ଲ କୁମାର ଖଣ୍ଡାୟତରାୟ ରୌପ୍ୟ ପାଇଥିଲେ। ସେହିଭଳି ମହିଳା ଫଏଲ୍‌ ଏ ବର୍ଗରେ ମାଳତୀ ପନୌର ସ୍ବର୍ଣ୍ଣ ଏବଂ ଶୀଲା ମନ୍ତ୍ରୀ ରୌପ୍ୟ ଜିତି ୧-୨ରେ ଶେଷ କରିଥିଲେ।

ସମ୍ବନ୍ଧିତ ଖବର