ପାଣ୍ଡ୍ୟା ବ୍ରଦର୍ସଙ୍କ ଟୁଇଟର ଯୁଦ୍ଧ: କ୍ରିକେଟର ହାର୍ଦ୍ଦିକଙ୍କୁ ଜବାବ ଦେଲେ କ୍ରୁଣାଳ

ନୂଆଦିଲ୍ଲୀ: ପାଣ୍ଡ୍ୟା ବ୍ରଦର୍ସ ଭାବେ ଜଣାଶୁଣା ହାର୍ଦ୍ଦିକ ଓ କ୍ରୁଣାଳ ପାଣ୍ଡ୍ୟା ଅନେକ ସମୟରେ ଚର୍ଚ୍ଚାକୁ ଆସିଥାନ୍ତି। ବିଶେଷ କରି ହାର୍ଦ୍ଦିକ ପାଣ୍ଡ୍ୟା ନିଜର ଖେଳ ସହିତ ବିବାଦ ପାଇଁ ଚର୍ଚ୍ଚାର ପରିସର ଭିତରେ ରହିଥାନ୍ତି। ଏହି ଦୁଇ ଭାଇ ବୁଧବାର ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ହାର୍ଦ୍ଦିକ ଟୁଇଟରରେ ଏକ ଭିଡିଓ ସେୟାର କରି କ୍ରୁଣାଳଙ୍କୁ କହିଛନ୍ତି, ସେ ବିଜୟୀ ହୋଇଛନ୍ତି। କ୍ରୁଣାଳ କାହିଁକି ପଛରେ ରହିବେ। ବଡ଼ ଭାଈ ମଧ୍ୟ ଜବାବରେ ଟୁଇଟରରେ ହିଁ ଏକ ଭିଡିଓ ସେୟାର କରିଛନ୍ତି ଏବଂ ହାର୍ଦ୍ଦିକଙ୍କୁ ପଚାରିଛନ୍ତି ଯେ, ଏହାକୁ ସୋସିଆଲ ମିଡିଆରେ କାହିଁକି ସେୟାର କରି ନାହାନ୍ତି।

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ରବିବାର ଠାରୁ ଟି-୨୦ ଶୃଙ୍ଖଳା ଆରମ୍ଭ ହେଉଛି। ପାଣ୍ଡ୍ୟା ବ୍ରଦର୍ସ ଏହି ଶୃଙ୍ଖଳା ପାଇଁ ଅଭ୍ୟାସ କରୁଛନ୍ତି। ହାର୍ଦ୍ଦିକ ଏହି ଶୃଙ୍ଖଳା ମାଧ୍ୟମରେ ଭାରତୀୟ ଟିମକୁ ଫେରୁଛନ୍ତି। ତାଙ୍କୁ ୱେଷ୍ଟଇଣ୍ଡିଜ ବିପକ୍ଷ ଶୃଙ୍ଖଳାରୁ ବିଶ୍ରାମ ଦିଆଯାଇଥିଲା। କ୍ରୁଣାଳ ଟି-୨୦ରେ କ୍ରମାଗତ ଭାବେ ନିଜର ସ୍ଥାନ ସୁରକ୍ଷିତ ରଖିପାରିଛନ୍ତି।

ହାର୍ଦ୍ଦିକ ଓ କ୍ରୁଣାଳ ନେଟ୍‌ସ ଅଭ୍ୟାସ କରୁଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା କ୍ରୁଣାଳଙ୍କ ବଲକୁ ବଡ-ବଡ ସର୍ଟ ଖେଳିଛନ୍ତି। ସେ ହେଲିକପ୍ଟର ସର୍ଟ ମଧ୍ୟ ଖେଳିଛନ୍ତି। ଅଭ୍ୟାସ ସମୟରେ ହାର୍ଦ୍ଦିକ ପାଣ୍ଡ୍ୟା ଏଭଳି ସର୍ଟ ଖେଳିଛନ୍ତି, ଯାହାକି କ୍ରୁଣାଳଙ୍କ ମୁଣ୍ଡ ଉପର ଦେଇ ବାହାରି ଯାଇଛି।

ହାର୍ଦ୍ଦିକ ପାଣ୍ଡ୍ୟା ପରେ ଟୁଇଟରରେ ଏକ ଭିଡିଓ ସେୟାର କରିଛନ୍ତି। ସେ ଲେଖିଛନ୍ତି ଯେ, ପାଣ୍ଡ୍ୟା ବନାମ ପାଣ୍ଡ୍ୟା। ବଡ଼ ଭାଇ କ୍ରୁଣାଳ… ମୁଁ ଭାବୁଛି ମୋର ଏହି ରାଉଣ୍ଡରେ ବିଜୟ ହୋଇଛି। କ୍ଷମା କରିବେ…ମୁଁ ପାଖାପାଖି ଆପଣଙ୍କ ମୁଣ୍ଡ ଉପରେ ସର୍ଟ ମାରି ଦେଇଛି।

ସମ୍ବନ୍ଧିତ ଖବର