ପାଣ୍ଡ୍ୟାଙ୍କ ନିର୍ବନ୍ଧ ପିତାମାତା ଜାଣିନଥିଲେ

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଦଳର ତାରକା ଅଲରାଉଣ୍ଡର୍‌ ହାର୍ଦିକ ପାଣ୍ଡ୍ୟା ଗତ ସପ୍ତାହରେ ପିତା ହେବାକୁ ଯାଉଥିବା କଥା ପ୍ରକାଶ କରି ଚର୍ଚାକୁ ଆସିଥିଲେ। ଏହି ଖବର ସହିତ ଭାବି ପତ୍ନୀ ନତାଶା ଷ୍ଟାଙ୍କୋଭିକ୍‌ ୩ ମାସର ଗର୍ଭବତୀ ଥିବାର ଏକ ଫଟୋ ଛାଡ଼ି ସାମାଜିକ ଗଣମାଧ୍ୟମରେ ନିଆଁ ଲଗାଇ ଦେଇଥିଲେ। ଗୁରୁବାର ବିଶିଷ୍ଟ କ୍ରିକେଟ୍ ଭାଷ୍ୟକାର ହର୍ଷ ଭୋଗଲେଙ୍କ ସହ ଆଲୋଚନା ବେଳେ ହାର୍ଦିକ ଆଉ ଏକ କଥା କହି ଚାଞ୍ଚଲ୍ୟ ସୃଷ୍ଟି କରିଛନ୍ତି। ନିଜ ନିର୍ବନ୍ଧ କଥାକୁ ଘରେ ମମ୍‌ ଓ ଡାଡ୍‌ (ପିତାମାତା) ଜାଣି ନଥିଲେ ବୋଲି ହାର୍ଦିକ କହିଛନ୍ତି। ଏପରିକି ମୋ ଭାଇ କୃନାଲ ମଧ୍ୟ ମାତ୍ର ୨ ଦିନ ପୂର୍ବରୁ ଜାଣିଥିଲା। ମୁଁ ଏଭଳି ଜଣଙ୍କୁ ପାଇଛି ଯିଏ ମୋତେ ବାସ୍ତବରେ ଭଲପାଉଛି। ମୁଁ ଶିଖୁଛି ଏବଂ କ୍ରମେ ଭଲ ମଣିଷ ହେଉଛି’ ବୋଲି ହାର୍ଦିକ ପ୍ରକାଶ କରିଥିଲେ। ନତାଶାଙ୍କ ସହ ସମ୍ପର୍କ ବିଷୟରେ ମଧ୍ୟ ହାର୍ଦିକ ନୂଆ ତଥ୍ୟ ଦେଇଥିଲେ। ସମ୍ପର୍କ ହେବା ପର୍ଯ୍ୟନ୍ତ ନତାଶା ମୋ‌ ବିଷୟରେ କିଛି ଜାଣିନଥିଲେ। ଏପିରକି ମୁଁ କିଏ ସେ ଜାଣିନଥିଲେ। ଇନ୍‌ଷ୍ଟାଗ୍ରାମ ପୃଷ୍ଠାରେ ନିଜ ପ୍ରଶଂସକଙ୍କ ସହ ଉଠିଥିବା ବହୁ ଫଟୋ ପଠାଇ ତାଙ୍କୁ ପ୍ରଭାବିତ କରିଥିଲି। ଏ ପର୍ଯ୍ୟନ୍ତ ଆମ ଯାତ୍ରା ଭଲ ଚାଲିଛି’ ବୋଲି ହାର୍ଦିକ ପ୍ରକାଶ କରିଥିଲେ।

ସମ୍ବନ୍ଧିତ ଖବର