ରସୁଲଗଡ଼ ପ୍ରିମିୟର ଲିଗ୍‌ ଜିତିଲା ଗୋପୀନାଥ ଦେବ ଏକାଦଶ

ଭୁବନେଶ୍ୱର: ଗୋପୀନାଥଦେବ ଏକାଦଶ ରସୁଲଗଡ଼ ପ୍ରିମିୟର ଲିଗ୍‌ ବିଜେତା ହୋଇଛି। ରବିବାର ଫାଇନାଲ୍‌ରେ ଗୋପୀନାଥଦେବ ଦଳ ୭ ଓ୍ଵିକେଟ୍‌ରେ ବ୍ରହ୍ମେଶ୍ୱର ଏକାଦଶକୁ ପରାସ୍ତ କରିଛି। ବ୍ରହ୍ମେଶ୍ୱର ଦଳ ନିର୍ଧାରିତ ୧୨ ଓଭରରେ ୯୦ ରନ୍‌ କରିଥିଲା। ଦିପେନ୍‌ ସାହୁ ୩୪ ରନ୍‌ କରିଥିଲା ବେଳେ ଜାକେଶ କୁମାର ଦାସ ୨ ଓ୍ଵିକେଟ୍‌ ନେଇଥିଲେ। ଜବାବରେ ଗୋପୀନାଥଦେବ ଦଳ ଅମିତାଭ ରାଉତଙ୍କ ୪୬ ରନ୍‌ ବଳରେ ୯.୫ ଓଭରରେ ୩ ଓ୍ଵିକେଟ୍‌ ହରାଇ ମ୍ୟାଚ୍‌ ଜିତି ନେଇଥିଲା। ସରୋଜ କୁମାର ପ୍ରଧାନ ୨ ଓ୍ଵିକେଟ୍‌ ନେଇଥିଲେ। ଅମିତାଭ ରାଉତଙ୍କୁ ଫାଇନାଲ୍‌ର ଶ୍ରେଷ୍ଠ ଏବଂ ବାବୁନା ବରିସଲ (୭ ଓ୍ଵିକେଟ୍‌) ପ୍ରତଯୋଗିତାର ଶ୍ରେଷ୍ଠ ଖେଳାଳି ପୁରସ୍କାର ପାଇଥିଲେ। ଅବିନାଶ ରାଉତ ଏବଂ ପ୍ରଭାସ ରଂଜନ ପାଣି ମ୍ୟାଚ୍‌ ପରିଚାଳନା କରିଥିଲା ବେଳେ ଦେବ ପାଟିଲ ରେଫରି ଥିଲେ। ଅତିଥି ଭାବେ ସଂଜୟ କୁମାର ବଳିଆରସିଂହ, ରାଘବ ବଳିଆରସିଂହ ଏବଂ ସାଗର ବଳିଆରସିଂହ ଯୋଗ ଦେଇ ପୁରସ୍କାର ବଣ୍ଟନ କରିଥିଲେ।

ସମ୍ବନ୍ଧିତ ଖବର