ଦୁଷ୍କର୍ମ ଅଭିଯୋଗରୁ ରୋନାଲ୍ଡୋ ମୁକ୍ତ

ଲସ୍ ଭେଗାସ: ପୂର୍ବତନ ଆମେରିକୀୟ ମଡେଲ କ୍ୟାଥରିନ୍ ମାୟୋର୍ଗା ଆଣିଥିବା ଦୁଷ୍କର୍ମ ଅଭିଯୋଗରୁ ପର୍ତୁଗାଲର ମହାନ ଫୁଟବଲର କ୍ରିଷ୍ଟିଆନୋ ରୋନାଲଡୋ ମୁକ୍ତ ହୋଇଛନ୍ତି। ‌ରୋନାଲଡୋଙ୍କ ବିରୋଧରେ କୌଣସି ପ୍ରମାଣ ନମିଳିବାରୁ ଲସ୍ ଭେଗାସ୍ ପୁଲିସ କ୍ୟାଥରିନ୍ ଦାୟର କରିଥିବା ମାମଲାକୁ ଖାରଜ କରି ଦେଇଛି। କ୍ୟାଥରିନ୍ ଅଭିଯୋଗ କରିଥିଲେ ଯେ ୨୦୦୯ ମସିହା ସେପ୍ଟେମ୍ବର ମାସରେ ଲସ୍ ଭେଗାସର ଏକ ହୋଟେଲରେ ରୋନାଲଡୋ ତାଙ୍କ ସହ ଦୁଷ୍କର୍ମ କରିଥିଲେ। ମାଞ୍ଚେଷ୍ଟର ୟନୁାଇଟେଡ୍ କ୍ଲବ୍ ଛାଡ଼ିବା ପରେ ପରେ ହିଁ ରୋନାଲଡୋ ଏଭଳି କାଣ୍ଡ କରିଥିଲେ ବୋଲି କ୍ୟାଥରିନ୍ ତାଙ୍କ ଅଭିଯୋଗ ଫର୍ଦରେ ଦର୍ଶାଇଥିଲେ। ତେବେ ପୁଲିସ ତଦନ୍ତ ବେଳେ ଏହା ମିଥ୍ୟା ସାବ୍ୟସ୍ତ ହୋଇଥିଲା। ଫଳରେ ୩୪ ବର୍ଷୀୟ ରୋନାଲଡୋଙ୍କ ବିରୋଧରେ କୌଣସି ଆଇନଗତ କାର୍ଯ୍ୟାନୁଷ୍ଠାନ ହେବନି। ତେବେ କ୍ୟାଥରିନ୍ ଦାୟର କରିଥିବା ଅନ୍ୟଏକ ମାମଲା ପୂର୍ବଭଳି ଚାଲିବ ବୋଲି ସ୍ଥାନୀୟ ପୁଲିସ କହିଛି।

ସମ୍ବନ୍ଧିତ ଖବର