ରୁଷୀୟ ଆଥ୍‌ଲେଟ୍‌ଙ୍କୁ ୧୨ ବର୍ଷ ବାସନ୍ଦ

ମସ୍କୋ: ରୁଷିଆର ମିଡ୍‌ଲ ଡିଷ୍ଟାନ୍‌ସ ଧାବିକା ସେନିଆ ସାଭିନା ଡୋପ୍‌ ପରୀକ୍ଷାରେ ବିଫଳ ହେବାରୁ ୧୨ ବର୍ଷ ପାଇଁ ବାସନ୍ଦ ହୋଇଛନ୍ତି। ଏହି ଅପରାଧରେ ବିଶ୍ବ ଆଥ୍‌ଟେଲିକ୍‌ ସଂଘ ତାଙ୍କୁ ବାସନ୍ଦ କରିଥିବା ରୁଷୀୟ ଆଥ୍‌ଲେଟିକ୍‌ ଫେଡେରେସନ୍‌ ବୁଧବାର ସୂଚନା ଦେଇଛି। ଏଥି ସହିତ ସାଭିନାଙ୍କ ପ୍ରଶିକ୍ଷକ ତଥା ସ୍ବାମୀ ଆଲେକ୍ସି ସାଭିନ୍‌ ସମାନ ଅପରାଧ ପାଇଁ ୪ ବର୍ଷର ବାସନ୍ଦାଦେଶ ପାଇଛନ୍ତି। ଏଠାରେ ସୂଚନାଯୋଗ୍ୟ, ଡୋପ୍‌ ନିରୋଧ ଆଇନ ଉଲଂଘନ ଅପରାଧରେ ରୁଷୀୟ ଆଥ୍‌ଲେଟିକ୍ ସଂଘ ଏବେ ବି ଆଇଏଏଏଫ୍ ଦ୍ବାରା ନିଲମ୍ବିତ ରହିଛି।

ସମ୍ବନ୍ଧିତ ଖବର