ଅଭଦ୍ର ଆଚରଣ: ରାହୁଲଙ୍କୁ ଫିଙ୍ଗିଲେ ସାମ୍ପେନ୍‌ ଠିପି

ଲର୍ଡସ: ଐତିହାସିକ ଲର୍ଡସ ପଡିଆରେ ଚାଲିଥିବା ଭାରତ-ଇଂଲଣ୍ଡ ଦ୍ବିତୀୟ ଟେଷ୍ଟର ଶନିବାର ତୃତୀୟ ଦିନରେ ଦର୍ଶକଙ୍କ ଅଶୋଭନୀୟ ଆଚରଣ ଚର୍ଚ୍ଚାକୁ ଆସିଛି। ଭାରତର ପ୍ରଥମ ପାଳିରେ ଶତକ ହାସଲ କରିଥିବା କେଏଲ୍ ରାହୁଲଙ୍କ ଉପରକୁ ଦର୍ଶକମାନେ ସାମ୍ପେନ୍‌ ଠିପି ଫିଙ୍ଗିବା ଘଟଣାକୁ ସାମାଜିକ ଗଣମାଧ୍ୟମରେ ତୀବ୍ର ନିନ୍ଦା କରାଯାଇଛି। ଇଂଲଣ୍ଡ ପାଳିର ୬୯ତମ ଓଭରରେ ରାହୁଲ ଥାର୍ଡ ମ୍ୟାନ୍ ଅଞ୍ଚଳରେ କ୍ଷେତ୍ରରକ୍ଷଣ କରୁଥିବା ବେଳେ ଏହ‌ି ଘଟଣା ନଜରକୁ ଆସିଥିଲା। ଅଧିନାୟକ ବିରାଟ କୋହଲି ଘଟଣା ସମ୍ପର୍କରେ ଅଧିକ ଜାଣିବା ପରେ ରାହୁଲଙ୍କ ନିକଟକୁ ଯାଇଥିଲେ। ଗୋଟିଏ ଓଭର ପରେ ନଜରକୁ ଆସିଥିଲା ବହୁ ସାମ୍ପେନ୍‌ ଠିପି ପଡିଆ ଭିତରେ ପଡିଛି। ଭାରତୀୟ ଖେଳାଳିମାନେ ଏଥିରେ ବ୍ୟଥିତ ହୋଇପଡ଼ିଥିଲେ ମଧ୍ୟ କିଛି ସମୟ ପରେ ବିରାଟ କୋହଲିଙ୍କ ଏକ ଭିଡିଓ ଭାଇରାଲ୍ ହୋଇଯାଇଥିଲା। କୋହଲି ଏଥିରେ ରାହୁଲଙ୍କୁ ‌ସଙ୍କେତ ଦେଇ ଠିପିଗୁଡିକୁ ପୁଣି ଦର୍ଶକଙ୍କ ଆଡକୁ ଫିଙ୍ଗିବାକୁ ଇଙ୍ଗିତ କରୁଥିଲେ। ସୂଚନ‌ା‌ଯୋଗ୍ୟ, ଭାରତର ପ୍ରଥମ ପାଳିରେ ରାହୁଲ ୧୨୯ ରନ୍‌ର ପାଳି ଖେଳି ଇଂଲଣ୍ଡ ବୋଲରଙ୍କୁ ନୟାନ୍ତ କରିଥିଲେ।

ସମ୍ବନ୍ଧିତ ଖବର