ସହିଦ ନଗର ଜିତିଲା ତ୍ରିବେଣୀ କପ୍

ଭୁବନେଶ୍ବର: ତ୍ରୟୋଦଶ ତ୍ରିବେଣୀ କପ୍ ଟେନିସ୍ ବଲ୍ କ୍ରିକେଟ୍ ପ୍ରତିଯୋଗିତାରେ ସହିଦ ନଗର ଦଳ ବିଜେତା ହୋଇଛି। ରବିବାର ରାତିରେ ଆୟୋଜିତ ଫାଇନାଲରେ ଲାଇଫ୍ ଲାଇନ୍ ଦଳକୁ ୯ ୱିକେଟ୍‌ରେ ପରାସ୍ତ କରି ସହିଦ ନଗର ଏହି ସଫଳତା ଲାଭ କରିଛି। ଲାଇଫ୍ ଲାଇନ୍ ପ୍ରଥମେ ବ୍ୟାଟିଂ କରି ୬ ଓଭରରେ ୬ ୱିକେଟ୍ ବିନିମୟରେ ୪୪ ରନ୍ କରିଥିଲା। ଜବାବରେ ସହିଦ ନଗର ଦଳ ୪.୨ ଓଭରରେ ମାତ୍ର ଗ‌ୋଟିଏ ୱିକେଟ୍ ହରାଇ ବିଜୟ ଲକ୍ଷ୍ୟ ହାସଲ କରି ନେଇଥିଲା। ତ୍ରିବେଣୀ ଗ୍ରୁପର ମାଇନିଂ ନିର୍ଦେଶକ ସାଗର ରଂଜନ ସ୍ବାଇଁ, ପୂର୍ବତନ କର୍ପୋରେଟର ମାନସୀ ରାଣୀ ସୁନ୍ଦରାୟ, ବିଜୟୀ ଓ ଉପବିଜେତା ଦଳକୁ ପୁରସ୍କାର ପ୍ରଦାନ କରିଥିଲେ। ପଙ୍କଜ କୁମାର ଦାସ, ଅଜୟ ସାହୁ, ନିତ୍ୟାନନ୍ଦ, ରଶ୍ମି ବେହେରା ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର