ଭୋଟ ଦେଲେ ତେନ୍ଦୁଲକର ପରିବାର

ମୁମ୍ବାଇ: ମାଷ୍ଟର ବ୍ଲାଷ୍ଟର ସଚିନ ତେନ୍ଦୁଲକର ସୋମବାର ନିଜ ପରିବାର ସହ ମୁମ୍ବାଇରେ ଭୋଟ ଦେଇଛନ୍ତି। ପତ୍ନୀ ଅଞ୍ଜଳି, ପୁଅ ଅର୍ଜୁନ ଏବଂ ଝିଅ ସାରା ସହ ସଚିନ ବାନ୍ଦ୍ରାର ୨୦୩ ନମ୍ବର ବୁଥରେ ନିଜ ମତାଧିକାର ସାବ୍ୟସ୍ତ କରିଥିଲେ। ସାରା ଓ ଅର୍ଜୁନ ପ୍ରଥମ ଥର ପାଇଁ ସାଧାରଣ ନିର୍ବାଚନରେ ଅଂଶଗ୍ରହଣ କରୁଥିବାରୁ ବେଶ୍ ଉତ୍ସାହିତ ଥିଲେ। ଭ‌ୋଟ ଦାନ ପରେ ସଚିନ ସାକ୍ଷାତକାର ଦେଇ ବୁଥକୁ ଆସି ଭୋଟ ଦେବାକୁ ପ୍ରଶଂସକଙ୍କୁ ଆହ୍ବାନ କରିଥି‌ଲେ। ସଚିନଙ୍କ ସହ ବଲିଉଡ୍ ଅଭିନେତା ସଲମାନ୍ ଖାନ୍, ଅମୀର ଖାନ୍, ସୁନୀଲ ସେଟ୍ଟୀ ଏବଂ ଅଭିନେତ୍ରୀ କରିନା କାପୁର, ଶିଳ୍ପା ସେଟ୍ଟୀ ପ୍ରମୁଖ ସୋମବାରର ଚତୁର୍ଥ ପର୍ଯ୍ୟାୟ ନିର୍ବାଚନରେ ଭୋଟ ଦେଇଥିଲେ।

ସମ୍ବନ୍ଧିତ ଖବର