ଦ୍ବିତୀୟ ପାଳି ପାଇଁ ଶୁଭେଚ୍ଛାର ସୁଅ, ସାକ୍ଷୀ କହିଲେ ‘ତୁମ ପାଇଁ ଗର୍ବିତ’

।ତୁମେ ଯାହା ହାସଲ କରିଛ ସେଥିପାଇଁ ତୁମେ ଗର୍ବିତ ହେବା ଉଚିତ୍। ଖେଳକୁ ତୁମର ଶ୍ରେଷ୍ଠ ପ୍ରଦାନ କରିଥିବାରୁ ଅଭିନନ୍ଦନ। ମୁଁ ତୁମର ସଫଳତା ପାଇଁ ଗର୍ବିତ। ମୁଁ ନିଶ୍ଚିତ ଯେ ତୁମର ଉତ୍ସାହକୁ ବିଦାୟ ଦେବାବେଳେ ତୁମେ ତୁମର ଲୁହ ବନ୍ଦ ରୋକିପାରିଛ। ଆଗାମୀ ଭବିଷ୍ୟତ ଲାଗି ଶୁଭକାମନା: ସାକ୍ଷୀ ଧୋନି
।ଭାରତୀୟ କ୍ରିକେଟ୍‌ ଦଳ ପାଇଁ ତୁମର ଅବଦାନ ଅତୁଳନୀୟ। ତୁମ ସହ ୨୦୧୧ ବିଶ୍ବକପ୍‌ ଜିତିବା ମୋ ଜୀବନର ଶ୍ରେଷ୍ଠ ମୁହୂର୍ତ୍ତ: ସଚିନ ତେନ୍ଦୁଲକର
।ପ୍ରତ୍ୟେକ କ୍ରିକେଟର୍‌ଙ୍କୁ ଦିନେ ନା ଦି‌‌ନେ ତାଙ୍କ ଯାତ୍ରା ଶେଷ କରିବାକୁ ପଡ଼ିବ, କିନ୍ତୁ ତୁମେ ଜାଣି ଥିବା ଜଣେ ବ୍ୟକ୍ତି ଯଦି ଏହି ନିଷ୍ପତ୍ତି ଘୋଷଣା କରେ, ତେବେ ନିଶ୍ଚିତ ଅଧିକ ଭାବପ୍ରବଣ କରିଦେବ। ତୁମେ ଦେଶ ପାଇଁ ଯାହା କରିଛ ତାହା ସର୍ବଦା ସମସ୍ତଙ୍କ ହୃଦୟରେ ରହିବ…: ବିରାଟ କୋହଲି
।ଡ୍ରେସିଂ ରୁମ୍‌ରେ ବିତାଇବା ଏବଂ ବୃତିଗତ କ‌ାର୍ଯ୍ୟରେ ତୁମ ସହ ପୁଙ୍ଖାନୁପୁଙ୍ଖ ଆଲୋଚନା ଏକ ସୌଭାଗ୍ୟ ଓ ଗୌରବର ବିଷୟ। ଭାରତର ଆଉ ଜଣେ ମହାନ କ୍ରିକେଟର୍‌ଙ୍କୁ ସଲାମ। ଦ୍ବିତୀୟ ପାଳିକୁ ଉପଭୋଗ କରନ୍ତୁ। ଭଗବାନ ଧୋନିଙ୍କୁ ଆଶୀର୍ବାଦ କରନ୍ତୁ: ରବି ଶାସ୍ତ୍ରୀ
।ଅତ୍ୟନ୍ତ ସୁନ୍ଦର ଅନ୍ତର୍ଜାତୀୟ ଜୀବନ ଲାଗି ଧୋନିଙ୍କୁ ଶୁଭେଚ୍ଛା। ଏହା ସହ ଖେଳିବା ଗୌରବର ବିଷୟ। ଶାନ୍ତ ଆଚରଣ ଏବଂ ଅଧିନାୟକ ଭାବେ ଆଣିଥିବା ସଫଳତ‌ା ତୁମକୁ ସୁବୁବେଳେ ମ‌ନେରଖିବ। ତୁମକୁ ଅନେକ ଅନେକ ଶୁଭେଚ୍ଛା: ଅନିଲ କୁମ୍ବଲେ
।ଆପଣ ସବୁ ସ୍ଥାନରେ ଯୁବ ଖେଳାଳିଙ୍କ ପାଇଁ ପ୍ରେରଣା ଏବଂ ଉତ୍ସାହର ଏକ ନିରନ୍ତର ଉତ୍ସ ଏବଂ ଏହି ନୂତନ ଯାତ୍ରା ଆରମ୍ଭ କରିବାବେଳେ ମଧ୍ୟ ଜାରି ରହିବ ଏମ୍‌ଏସ୍‌ ଧୋନି। ଏକ ସୁନ୍ଦର ଜୀବନ ପାଇଁ ଆଇଏମ୍‌ ରାଇନାଙ୍କୁ ଶୁ‌ଭେଚ୍ଛା: ଯଶପ୍ରୀତ ବୁମ୍‌ରା
।ସବୁ ପାଇଁ ମାହି ଭାଇଙ୍କୁ ଧନ୍ୟବାଦ… ତୁମେ ମୋ ପାଇଁ ସବୁବେଳେ ସ୍ବତନ୍ତ୍ର, ତୁମଠୁ ବହୁତ କିଛି ଶିଖିଛି! ତୁମ ସହ ମୋ ଶୁଭକାମନା ସବୁବେଳେ ରହିବ: ଅଜିଙ୍କ୍ୟ ରାହାଣେ
।ଆଜି ଭାରତ ସ୍ବାଧୀନ ହେବାର ‘୭୩’ ବର୍ଷ ପୂରଣ କରିଛି। ଧୋନିଙ୍କ ଅବସର, ରାଇନାଙ୍କ ଅବସର: ଚେନ୍ନାଇ ସୁପର କିଙ୍ଗ୍ସ
।ଅଧିନାୟକ, ନେତା, କିଂବଦନ୍ତି। ଦେଶ ପାଇଁ କରିଥିବା ସମସ୍ତ କାର୍ଯ୍ୟ ପାଇଁ ଧନ୍ୟବାଦ! ଏମ୍‌ଏସ୍‌ ଧୋନି: ଶିଖର ଧାୱନ
।ଭାରତ ‘ଏ’ରୁ ଭାରତୀୟ ବରିଷ୍ଠ ଦଳକୁ ଯାତ୍ରାରେ ପୂର୍ଣ୍ଣ ପ୍ରଶ୍ନବାଚୀ, କମା, ଶୂନ୍ୟସ୍ଥାନ, ବିସ୍ମୟକର ଚିହ୍ନ ରହିବ। ଏବେ ତୁମେ ସବୁ ଅଧ୍ୟାୟ ଶେଷ କରିଛ। ସୁନ୍ଦର ଖେଳିଛ: ଗୌତମ ଗମ୍ଭୀର
।ସେଠାରେ ଜଣେ ଲୋକ। ମୋ ‌ଜୀବନରେ ତୁମେ ସବୁଠୁ ବଡ଼ ପ୍ରେରଣା। ଏଥିଲାଗି ଧନ୍ୟବାଦ ମୋ ସାଙ୍ଗ ଏବଂ ବଡ଼ ଭାଇ। ନୀଳ ଜର୍ସିରେ ତୁମ ସହ ଆଉ ଖେଳିପାରିବୁନି କିନ୍ତୁ ମୁଁ ନିଶ୍ଚିତ ଯେ ତୁମେ ନିଶ୍ଚିତ ମୋତେ ବାଟ କଢ଼ାଇବା ଲାଗି ପାଖରେ ଥିବ: ହାର୍ଦିକ ପାଣ୍ଡ୍ୟା
।ଜଣେ ମଣିଷ ଯିଏ ସମସ୍ତ ଛୋଟ ସହର କ୍ରିକେଟର୍‌ଙ୍କ ମନରେ ଜୀବନ ଗଢ଼ିବାର ବିଶ୍ବାସ ଦେଇଛନ୍ତି। ଏକ ମାତ୍ର ଅଧିନାୟକ ଭାବେ ୩ ଆଇସିସି ପ୍ରତିଯୋଗିତା ବିଜେତା ଏବଂ ମହାନ ଫିନିସର। ‌ଅବସର ନେବା ଲାଗି ସ୍ବାଧୀନତା ଦିବସକୁ ବାଛିଛନ୍ତି। ଆଗକୁ କିଏ ଭାରତୀୟ ଦଳରେ ୭ ନମ୍ବର ଜର୍ସି ପିନ୍ଧିବେ ବୋଲି ଭାବିପାରିବାନି। ଅଭୂଲା ସ୍ମୃତି ଲାଗି ଧନ୍ୟବାଦ। ତୁମକୁ ୟୁଏଇରେ ଦେଖିବୁ: ମହମ୍ମଦ କୈଫ୍‌
।ନୀଳ ପାଇଁ ଅଭୂଲା। ତୁମକୁ ହଳଦିଆରେ ଦେଖିବୁ: ହର୍ଷ ଭୋଗଲେ
।ନା କୋଇ ହେ, ନା କୋଇ ଥା, ନା କୋଇ ହୋଗା ଏମ୍‌ଏସ୍‌ କେ ଜୈସା। ଖେଳାଳି ଆସିବେ ଏବଂ ଯିବେ କିନ୍ତୁ ତାଙ୍କ ଭଳି ଶାନ୍ତ ମଣିଷ ମିଳିବେନି। ଓମ୍‌ ଫିନିଶୟା ନମଃ: ବୀରେନ୍ଦ୍ର ସେହବାଗ
।ମହାନ ୱିକେଟ୍‌ରକ୍ଷକ-ବ୍ୟାଟ୍ସମ୍ୟାନ୍‌, ଅଧିନାୟକ ଏମ୍‌ଏସ୍‌ ଧୋନି। ଦ୍ବିତୀୟ ପାଳି ପାଇଁ ଶୁଭକାମନା…। ପଡ଼ିଆରେ ତୁମ ସହଯୋଗ ଏବଂ ସ୍ମୃତି ପାଇଁ ଧନ୍ୟବାଦ…ଶୁଭେଚ୍ଛା ଶ୍ରେ‌ଷ୍ଠ କ୍ରିକେଟ୍‌ ବ୍ୟାଟ୍‌ ଓ ବଲ୍‌ ଜୀବନ ପାଇଁ… ତୁମକୁ ଶୀଘ୍ର ‌ହଳଦିଆ ଜର୍ସିରେ ଦେଖିବୁ: ହରଭଜନ ସିଂହ
ଅନ୍ତର୍ଜାତୀୟ କ୍ରିକେଟ୍‌ରୁ ଏମ୍‌ଏସ୍‌ ଧୋନିଙ୍କ ଅବସର! ପ୍ରସିଦ୍ଧ ନେତା, ‌ବଡ଼ କୀର୍ତ୍ତିମାନ, ପ୍ରଧାନ ମନୋରଂଜନକାରୀ ଏବଂ ‌ଡିଆର୍‌ଏସ୍‌କୁ ବୁଝିବାରେ ବିଶ୍ବର ଶ୍ରେ‌ଷ୍ଠ। କିନ୍ତୁ ଏସବୁ ଧୋନିଙ୍କୁ ଭାରତୀୟ କ୍ରିକେଟର ସ୍ବର୍ଣ୍ଣିମ ମୁହୂର୍ତ୍ତକୁ ମନେ ରଖିବ: ରମିଜ ରାଜା
।ଜଣେ ବ୍ୟକ୍ତି ଯିଏ ନିଜ ନେତୃତ୍ବ ଓ କୌଶଳରେ ଭାରତୀୟ କ୍ରିକେଟ୍‌କୁ ଶିଖରରେ ପହଞ୍ଚାଇଛନ୍ତି! ଭାରତୀୟ ନୀଳରେ ତୁମେମାନେ ତାଙ୍କୁ ହରାଇବ: ବି‌‌ନୋଦ କାମ୍ବଲି

ସମ୍ବନ୍ଧିତ ଖବର