ମେଲ୍‌ବର୍ଣ୍ଣରେ ଦ୍ବିତୀୟ ରାଉଣ୍ଡ୍‌ରେ ପରାସ୍ତ ହେବା ସହିତ ଶେଷ ହେଲା ସାନିଆ ମିର୍ଜାଙ୍କ ‘ୱିମିନ୍‌ସ୍‌ ଡବଲ୍‌ସ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌’ କ୍ୟାରିୟର୍‌

ମେଲ୍‌ବର୍ଣ୍ଣ: ଅଷ୍ଟ୍ରେଲିଆନ୍‌ ଓପେନ୍‌ ୨୦୨୩ର ଦ୍ବିତୀୟ ପର୍ଯ୍ୟାୟରେ ପରାସ୍ତ ହେବା ସହିତ ‘ଗ୍ରାଣ୍ଡ୍‌ ସ୍ଲାମ୍‌ ଇଭେଣ୍ଟ୍‌’ରେ ଆଜି ପ୍ରଖ୍ୟାତ ବ୍ୟାଡ୍‌ମିଣ୍ଟନ୍‌ ଖେଳାଳି ସାନିଆ ମିର୍ଜାଙ୍କର ‘ୱିମିନ୍‌ସ୍‌ ଡବଲ୍‌ସ୍‌’ କ୍ୟାରିୟର୍‌ର ଅସନ୍ତୋଷଜନକ ଅବସାନ ଘଟିଛି।

ଆଜି ଉକ୍ତ ମ୍ୟାଚ୍‌ର ଦ୍ବିତୀୟ ପର୍ଯ୍ୟାୟରେ ସାନିଆ ଓ ତାଙ୍କ ପାର୍ଟନର୍‌ ଆନ୍ନା ‌ଡେନିଲିନାଙ୍କୁ ଆ‌ହ୍ନେଲିନା କାଲିନିନା ଏବଂ ଆଲିସନ୍‌ ଭାନ୍‌ ୟୁଦଭାଙ୍କ୍‌ ଅତି ଚମକପ୍ରଦ ଭାବେ ପରାସ୍ତ କରିଛନ୍ତି।

୮ମ ଥର ଖେଳରେ ସାନିଆ ମିର୍ଜା ଓ ଆନ୍ନା ‌ଡେନିଲିନା ମେଲ୍‌ବର୍ଣ୍ଣ ପାର୍କସ୍ଥିତ କୋର୍ଟ ୭ରେ ୨ ଘଣ୍ଟା ୧ ମିନିଟ୍‌ ଖେଳରେ ୪-୬, ୬-୪, ୨-୬ରେ ପରାସ୍ତ ହୋଇଛନ୍ତି।

Image Courtesy of Free Press Journal

କୋର୍ଟରୁ ପ୍ରସ୍ଥାନ କରିବା ବେଳେ ହାରିଯିବାଜନିତ ହତାଶା ତାରକା ଖେଳାଳି ସାନିଆଙ୍କ ମୁହଁରୁ ସ୍ପଷ୍ଟ ବାରି ହୋଇଯାଉଥିଲା। ଅଷ୍ଟ୍ରେଲିଆନ୍‌ ଓପେନ୍‌ ତାଙ୍କର ‌ଅନ୍ତିମ ‘ଗ୍ରାଣ୍ଡ୍‌ ସ୍ଲାମ୍‌’ ସେ ପୂର୍ବରୁ ଘୋଷଣା କରିଥିଲେ।

ଆଜିର ଖେଳରେ ମୁକାବିଲା କରିବାକୁ ଯାଇ ୪ଟି ଗେମ୍‌ ଜିଣିଥିଲେ ବି ପୁଣି ଅବିଳମ୍ବେ ୦-୩ରେ ଖସି ଆସି ସାନିଆ ଓ ଡେନିଲିନା ଅସୁବିଧାରେ ପଡ଼ିଯାଇଥିଲେ। ପୁନର୍ବାର ଉଦ୍ୟମ କରି ସେମାନେ ୨-୩କୁ ଉଠିଥିଲେ କିନ୍ତୁ, ‘ଅନ୍‌ଫୋର୍ସଡ୍‌ ଏରର୍‌’ ବା ନିଜସ୍ବ ତ୍ରୁଟି ଯୋଗୁଁ ପୁଣି ପଛେଇ ଯାଇଥିଲେ। ଦୁହେଁ ୩୮ଟି ‘ଅନ୍‌ଫୋର୍ସଡ୍‌ ଏରର୍‌’ କରିଥିବା ବେଳେ ପ୍ରତିଦ୍ବନ୍ଦ୍ବୀ ଖେଳାଳିମାନେ ୨୨ଟି ‘ଅନ୍‌ଫୋର୍ସଡ୍‌ ଏରର୍‌’ କରିଥିଲେ।

Image Courtesy of India Today

୩ଟି ୱିମିନ୍‌ସ୍‌ ଡବଲ୍ସ୍‌ ଗ୍ରାଣ୍ଡ୍‌ ସ୍ଲାମ୍‌ ଟାଇଟଲ୍‌ ବିଜୟିନୀ ୭ମ ମେଜର୍‌ ଟାଇଟଲ୍‌ ପାଇଁ ଆଶାବାଦୀ ଥିଲେ, କିନ୍ତୁ ମିକ୍ସଡ୍‌ ଡବଲ୍‌ସ୍‌ରେ ଏହା ତାଙ୍କ ପାଇଁ ଓ ବୋପାନ୍ନାଙ୍କ ପାଇଁ ସହଜ ନ ଥିଲା।

ସମ୍ବନ୍ଧିତ ଖବର