ପ୍ରଶଂସକଙ୍କୁ ଶାସ୍ତ୍ରୀ ଦେଖାଇଲେ ଧୋନିଙ୍କ ଜର୍ସି

ନଟିଂହାମ: ଭାରତ-ନ୍ୟୁଜିଲାଣ୍ଡ ବିଶ୍ବକପ୍ ମ୍ୟାଚ୍ ବାତିଲ ହେବା ପ୍ରଶଂସକଙ୍କୁ ନିରାଶ କରିଥିଲା। ଦିନ ତମାମ ଅପେକ୍ଷା କରିବା ପରେ ମଧ୍ୟ ସେମାନେ ଗୋଟିଏ ବଲ୍ ବୋଲିଂ ହେବାର ଦେଖିବାକୁ ପାଇ ନଥିଲେ। ହେଲେ ମ୍ୟାଚ୍ ବାତିଲ ହେବା ପରେ କେତେକ ଭାରତୀୟ ପ୍ରଶଂସକଙ୍କୁ ନିଆରା ଉପହାର ମିଳିଥିଲା। ଭାରତୀୟ ଡ୍ରେସିଂ ରୁମ୍‌ ତଳେ ରୁଣ୍ଡ ହୋଇ ଏହି ସମର୍ଥକମାନେ ‘ଧୋନି ଧୋନି’ ଚିଲାଉଥିଲେ। ହେଲେ ଧୋନି ସେଠାରେ ନଥିଲେ। ସେଥିପାଇଁ ପ୍ରଶିକ୍ଷକ ରବି ଶାସ୍ତ୍ରୀ ଧୋନିଙ୍କ ଜର୍ସି ଆଣି ସେମାନଙ୍କୁ ଦେଖାଇଥିଲେ। ‘୭ ନମ୍ବର’ ଲେଖାଥିବା ସେହି ଜର୍ସିକୁ ଦେଖି ମଧ୍ୟ ପ୍ରଶଂସକମାନେ ଖୁସି ହୋଇ ଯାଇଥିଲେ। ଧୋନି ନହେଲେ ନାଇ, ତାଙ୍କ ଜର୍ସି‌ ଦେଖି କାମ ଚଳାଇ ଦେଇଥିଲେ।

ସମ୍ବନ୍ଧିତ ଖବର