ଏସିଆ କପ୍ : ପାକିସ୍ତାନୀ ଦଳକୁ ଝଟକା, ବାଦ ପଡ଼ିଲେ ଦ୍ରୁତ ବୋଲର ଶାହିନ ଆଫ୍ରିଦି

ମୁମ୍ବାଇ : ଚଳିତ ମାସ ଶେଷ ସପ୍ତାହରେ ଏସିଆ କପ୍ କ୍ରିକେଟ୍ ଆରମ୍ଭ ହେଉଥିବାବେଳେ ପାକିସ୍ତାନକୁ ଏକ ବଡ଼ ଧକ୍କା ଲାଗିଛି । ଦଳର ପ୍ରମୁଖ ଦ୍ରୁତ ବୋଲର ଶାହିନ ଆଫ୍ରିଦି ଏସିଆ କପ ପାଇଁ ପାକିସ୍ତାନୀ ଦଳରୁ ବାଦ ପଡ଼ିଛନ୍ତି । ଡାହାଣ ଆଣ୍ଠୁରେ ଆଘାତ ଯୋଗୁଁ ତାଙ୍କୁ ଦଳର ମେଡିକାଲ ଟିମ ଅନଫିଟ ଘୋଷଣା କରିବା ପରେ ସେ ବାଦ ପଡ଼ିଛନ୍ତି ।

ଶାହିନ ଆଫ୍ରିଦା ବାଦ୍ ପଡ଼ିବା ପାକିସ୍ତାନ ଦଳ ପାଇଁ ଏକ ବଡ଼ ଝଟକା ବୋଲି କୁହାଯାଉଛି । କାରଣ ଗତ କିଛି ବର୍ଷ ଧରି ପାକିସ୍ତାନୀ ଟିମର ବିଜୟରେ ବଡ଼ ଭୂମିକା ଗ୍ରହଣ କରିଆସୁଛନ୍ତି ।

ଅନ୍ୟପକ୍ଷରେ ଶାହିନ ବାଦ ପଡ଼ିବା ଭାରତୀୟ ଟିମ ପାଇଁ ଏକ ଶୁଭ ଖବର ବୋଲି କୁହାଯାଉଛି । କାରଣ ଗତ ଟି-୨୦ ବିଶ୍ବକପରେ ଭାରତ ବିପକ୍ଷ ମ୍ୟାଚରେ ମଧ୍ୟ ସେ ଭାରତୀୟ ବ୍ୟାଟ୍ସମ୍ୟାନଙ୍କୁ ସମସ୍ୟାରେ ପକାଇଥିଲେ ଓ ଭାରତର ପରାଜୟରେ ମୁଖ୍ୟ ଭୂମିକା ଗ୍ରହଣ କରିଥିଲେ । ଏଣୁ ସେ ବାଦ ପଡ଼ିବା ଭାରତୀୟ ବ୍ୟାଟ୍ସମ୍ୟାନଙ୍କ ମନୋବଳ ଉଚ୍ଚ କରିବ । ତେବେ ଭାରତ ପାଇଁ ସମସ୍ୟା ହେଉଛି ଦ୍ରୁତ ବୋଲର ଜସପ୍ରିତ ବୁମରା ଏସିଆ କପ ଖେଳିବେ ନାହିଁ ।

ଏସିଆ କପ୍ ଆସନ୍ତା ୨୭ ତାରିଖରୁ ଆରମ୍ଭ ହେଉଛି । ଉଦଘାଟନୀ ମ୍ୟାଚରେ ଆଫଗାନିସ୍ତାନକୁ ଭେଟିବ ଶ୍ରୀଲଙ୍କା । ଏହାର ପରଦିନ ଅର୍ଥାତ ଅଗଷ୍ଟ ୨୮ରେ ଟୁର୍ଣ୍ଣାମେଣ୍ଟର ସବୁଠାରୁ ହାଇପ୍ରୋଫାଇଲ ମ୍ୟାଚ ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବ ।

 

ସମ୍ବନ୍ଧିତ ଖବର